Monday, April 6, 2026
28.1 C
Odisha

    ଭଲ ପାଠ ପଢ଼ି ମା’ବାପାଙ୍କ ସ୍ବପ୍ନକୁ ସାକାର କର: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭଲ ପାଠ ପଢ଼ି ମା’ବାପାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସମସ୍ତେ ଅନୁଭବ କରନ୍ତୁ। ଶନିବାର ଲୋକ ସେବା ଭବନ କନ୍‌ଭେନଶନ ହଲ୍‌ଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସ୍କୁଲର ପିଲାମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ପିଲାମାନଙ୍କୁ ପ୍ରେରଣା ଦେଇ ସେ କହିଛନ୍ତ, ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ସହ ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ୍ତ ଭଲ କାର୍ଯ୍ୟକ୍ରମ । ପିଲାମାନେ ନିଜ ନିଜର ପ୍ରତିଭାକୁ ଜାଣି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବା ଉଚିତ। ଏହା ହେଲେ ସେମାନେ ନିଶ୍ଚୟ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି, ପିଲାମାନେ ସର୍ଗିଫୁଲ ପାଇଁ ଭୁବନେଶ୍ୱର ଆସିଛନ୍ତି । ଭୁବନେଶ୍ବରର ବିଭିନ୍ନ ଐତିହାସିକ ସ୍ଥାନ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ମଧ୍ୟ ବୁଲି ଦେଖୁଛନ୍ତି। ଏହାଦ୍ବାରା ସେମାନଙ୍କ ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ହେଉଛି। ପିଲାମାନଙ୍କ ଭବିଷ୍ୟତ ପାଇଁ ଏହା ଖୁବ୍‌ ଭଲ ଉଦ୍ୟମ। ଆଗକୁ ବଢ଼ିବାର ମୁଖ୍ୟ ରାସ୍ତା ହେଉଛି ଶିକ୍ଷା। ବିଜ୍ଞାନ, ସାହିତ୍ୟ ସହିତ ଆମେ ଆମର ରାଜ୍ୟ, ଆମ ଦେଶ, ଆମ ସଂସ୍କୃତି ସମ୍ପର୍କରେ ମଧ୍ୟ ଜାଣିବା ଦରକାର। ନିଜର ପ୍ରତିଭାକୁ ଚିହ୍ନି, ଆଗକୁ ବଢ଼ିବା ପାଇଁ କାମ କଲେ ଆମେ ନିଶ୍ଚୟ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ