Sunday, August 16, 2026
25.2 C
Odisha

    ଦିଲ୍ଲୀରେ ସରିଲା ବିଜେପି ପଦାଧୀକାରୀଙ୍କ ଦୁଇ ଦିନିଆ ବୈଠକ

    ଆଗକୁ ପଢନ୍ତୁ

    ଦିଲ୍ଲୀରେ ବସିଥିବା ବିଜେପିର ପଦାଧିକାରୀ ବୈଠକ ଶେଷ ହୋଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବା ବେଳେ ବୈଠକ କରୁଛି ଦଳ । ନୂଆଦିଲ୍ଲୀରେ ୨ ଦିନିଆ ରୁଦ୍ଧଦ୍ୱାର ବୈଠକରେ କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ଦଳ ପାଇଁ ୫୦ ପ୍ରତିଶତ ଭୋଟ ସଂଗ୍ରହ ଲକ୍ଷ୍ୟ ରଖିବାକୁ ଦଳୀୟ କର୍ମର୍ୀ, ନେତା ଓ ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାମାଜିକ ଗଣମାଧ୍ୟମରେ ବିରୋଧୀଙ୍କ ନକରାତ୍ମକ ସମାଲୋଚନାର ଜବାବ ସକରାତ୍ମକ ଭାବେ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ଲୋକଙ୍କ ନିକଟରେ ପହଂଚାଇବା, ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ବ୍ୟାପକ ସଫଳତା ନେଇ ବୈଠକରେ ଆଲୋଚନା କରାଯାଇଛି । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବୈଠକର ଆୟୋଜନ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.2 ° C
    25.2 °
    25.2 °
    93 %
    2.3kmh
    100 %
    Sun
    25 °
    Mon
    25 °
    Tue
    25 °
    Wed
    29 °
    Thu
    30 °

    ସମ୍ବନ୍ଧିତ