Saturday, July 27, 2024
24.6 C
Odisha

    ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନ୍‌ଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନଙ୍କର ଶନିବାର ଚେନ୍ନାଇ ଠାରେ ପରଲୋକ ହୋଇଯାଇଛି । ଶନିବାର ଦିନ ୧୨.୩୦ ସମୟରେ ତାଙ୍କର ପରଲୋକ ହୋଇଛି । ୧୯୯୯ ମସିହାର ଅଭୁତପୂର୍ବ ମହାବାତ୍ୟାର ପରେ ପରେ ଶ୍ରୀଯୁକ୍ତ ରାଜେନ୍ଦ୍ରନ୍ ଓଡିଶାର ରାଜ୍ୟପାଳ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ । ରାଜ୍ୟ ସରକାରଙ୍କୁ ବିଶେଷ ଭାବେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ସହାୟତା କରି ସେ ପ୍ରଶଂସିତ ହୋଇଥିଲେ।
    ଇଂରାଜୀରେ ରଚିତ ତାଙ୍କ ଆତ୍ମଜୀବନୀ ‘Service Uninterrupted’କୁ ଓଡିଆ ଭାଷାରେ ଦେଖିବାର ତାଙ୍କର ଅଭୀପ୍ସା ସତେ ଯେଭଳି ତାଙ୍କୁ ବଂଚାଇ ରଖିଥିଲା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କର ଆତ୍ମଜୀବନୀ ଓଡ଼ିଆରେ ଅନୁବାଦ ଓ ପ୍ରକାଶନ କରାଯାଇଥିଲା । ଓଡ଼ିଆରେ ଅନୁବାଦିତ ତାଙ୍କର ଆତ୍ମଜୀବନୀ “ସେବା ଅବ୍ୟାହତ” କୁ ସୋଆର ପ୍ରଫେସର ନଚିକେତା ଖମାରୀ ଶର୍ମା ଅନୁବାଦ କରିଥିଲେ । ଏହି ପୁସ୍ତକକୁ ଗତ ଜୁଲାଇ ୨୦ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ମୋଚନ କରାଯାଇଥିବାବେଳେ ଅଗଷ୍ଟ ୨୦ ତାରିଖରେ ସେ ଭାରତର ରାଷ୍ଟ୍ରପତି ଙ୍କୁ ଔପଚାରିକ ଭାବେ ଭେଟି ଦେଇଥିଲେ ।
    ଆଧୁନିକ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଠାରେ ୧୨ ଏପ୍ରିଲ ୧୯୩୫ ରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୫୭ ମସିହାରେ ଆଇଏଏସ ଟପ୍ପର ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ବେଳେ ଚାକିରୀରୁ ଅବସର ନେବା ପରେ ଓଡିଶାର ରାଜ୍ୟପାଳ ଭାବରେ ୫ ବର୍ଷର କାର୍ଯ୍ୟକାଳ ଭିତରେ ତିନିଜଣ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗୋ, ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଓ ଶ୍ରୀ ନବୀନ ପଟ୍ଟନାୟକ ସହିତ ସେ କାର୍ଯ୍ୟ କରିଥିଲେ । “ମାନବ ସେବାରେ ଆଦର୍ଶ ଅବଦାନ” ମାନ୍ୟତା ପାଇଁ ରୋଟାରୀ ଇଟଂରନ୍ୟାସନାଲ ତାଙ୍କୁ ସମ୍ମାନଜନକ ଜୀବନବ୍ୟାପୀ ସଦସ୍ୟତା ପ୍ରଦାନ କରିଥିଲେ । ସେ ଛାଡି ଯାଇଛନ୍ତି ତାଙ୍କର ୬୪ ବର୍ଷର ଜୀବନସାଥୀ ସୁଶୀଳା ରାଜେନ୍ଦ୍ରନ, ଝିଅ ସୁମାଙ୍କ ସହିତ ସାତଜଣ ନାତିନାତୁଣୀଙ୍କୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ