Tuesday, September 29, 2026
29.2 C
Odisha

    ଛେଣ୍ଡିପଦାରୁ ବିଜେପିକୁ ନବୀନଙ୍କ ପ୍ରଶ୍ନ: କୁଆଡେ ଗଲା ଅଚ୍ଛେ ଦିନ ?

    ଆଗକୁ ପଢନ୍ତୁ

    ବୁଧବାର ସମ୍ବଲପୁର ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଦେବଗଡ ପରେ ଏବେ ଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି । ଆଉ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହାସହ ଛେଣ୍ଡିପଦା ମାଟିରୁ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ନବୀନ।

    ବିଜେପିର ଅଚ୍ଛେ ଦିନ କୁଆଡେ ଗଲା ବୋଲି କହିବା ସହ ନବୀନ, ବିରୋଧୀ ଅଚ୍ଛେ ଦିନର ସ୍ବପ୍ନ ଦେଖାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି। ଏଥି ସହ ଲୋକଙ୍କୁ ମିଛ କହି ବିରୋଧୀ ଭୁଆଁ ବୁଲାଉଛନ୍ତି । ଛେଣ୍ଡିପଦାର ପ୍ରଚାର ସଭାରେ ବିରୋଧୀଙ୍କୁ ଏହିଭଳି ଟାର୍ଗେଟ କରିଛନ୍ତି ନବୀନ । ବିଜେଡି ସରକାର ବିଏସକେୱାଇ, ମିଶନ ଶକ୍ତି, ମମତା, କାଳିଆ ଯୋଜନା, ଫାଇଭ-ଟି ସ୍କୁଲ ଓ ନୂଆ-ଓ ଛାତ୍ରବୃତ୍ତି ଭଳି ଯୋଜନା ଲୋକଙ୍କ ସମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିଛି । ବିରୋଧୀ କିନ୍ତୁ ଏହିସବୁ ଯୋଜନାକୁ ବନ୍ଦ କରିଦେବାକୁ ଚକ୍ରାନ୍ତ କରୁଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣାରେ ଆପଣଙ୍କମାନଙ୍କୁ ବିଜୁଳି ଦେବେ । ଆପଣମାନେ ଖୁସି ତ ? ଏହାପରେ ବିପୁଳ ଉତ୍ସାହ, ଖୁସି ଓ କରତାଳିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ଅନ୍ୟପଟେ ନିଜ ଜନ୍ମମାଟିର ଉନ୍ନତି ପାଇଁ ଧର୍ମେନ୍ଦ୍ର ପ୍ରଧାନ କି ଉଲ୍ଲେଖନୀୟ କାମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିଜେପି ମିଛ ପ୍ରଚାର ବନ୍ଦ କରୁ ବୋଲି ସେ କହିଛନ୍ତି । ସେହିଭଳି ୫ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ୨୦୧୪ରେ ବିଜେପି ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା ସହ ଚାଷୀଙ୍କ ପାଇଁ ଏମଏସପି ଦୁଇ ଗୁଣା କରିବାକୁ ପ୍ରତିଶୃତି ଦେଇଥିଲା । ସେ ପ୍ରତିଶୃତି ଏଯାଏଁ ପୂରଣ କରିପାରିନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ