Saturday, July 27, 2024
24.5 C
Odisha

    ବିରୋଧୀଙ୍କ ‘AI’ ମନ୍ତବ୍ୟର ଜବାବ ରଖିଲେ ନବୀନ

    ଆଗକୁ ପଢନ୍ତୁ

    ବିଜେପିକୁ ନବୀନଙ୍କ `ଏଆଇ’ ଆଟାକ୍ । ଏଆଇ ଭିଡିଓ ପ୍ରସଙ୍ଗରେ ବିଜେପିର ବୁଦ୍ଧିମତାକୁ ତାଚ୍ଛଲ୍ଯ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରି ଭିଡିଓ ପ୍ରସ୍ତୁତ କରିବା ଖବରକୁ ବାଏଁ ବାଏଁ ଉଡାଇବା ସହିତ ନବୀନ ଦେଇଛନ୍ତି ମୁହଁତୋଡ ଜବାବ । ବିରୋଧୀଙ୍କୁ ଅଭିଯୋଗକୁ ବେପରୁଆ ଢଙ୍ଗରେ ଜବାବ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ନବୀନଙ୍କ ଏହି ଭିଡିଓଙ୍କୁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଏହି ଭିଡିଓରେ ନବୀନ ରଖିଛନ୍ତି ନିଆରା ଜବାବ । ପାଣ୍ଡିଆନ ପଚାରିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଆପଣ ଭିଡିଓରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରୁଛନ୍ତି । ଯାହାର ଉତ୍ତରରେ ନବୀନ କହିଛନ୍ତି, ଏହା ଭଲ କଥା । ସେମାନେ ବି ଏଆଇ ବ୍ଯବହାର କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ନବୀନଙ୍କ କେଇ ସେକେଣ୍ଡର ଏହି ଭିଡିଓ ବିରୋଧୀଙ୍କ ମୁହଁ ବନ୍ଦ କରିଦେବା ସହ ଖୁବ ସ୍ପିଡରେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନବୀନଙ୍କ ଭିଡ଼ିଓ ତାଙ୍କ ନୁହେଁ ବୋଲି ଅଭିଯୋଗ ଆଣିଥିଲେ । ବୈଜୟନ୍ତ କହିଥିଲେ, ଭିଡିଓକୁ ନୀରିକ୍ଷଣ କରାଗଲେ ଦେଖାଯାଉଛି ନବୀନଙ୍କର ଅଧିକାଂଶ ଭିଡିଓ ଡିପଫେକ୍ । ଏହାକୁ ଏଆଇ ଦ୍ୱାରା କରାଯାଉଛି । ଏହାର ଜବାବ ଦେଇ ଆଜି ବୈଜୟନ୍ତଙ୍କ ମୁହଁ ବନ୍ଦ କରିବା ସହ ବିଜେପିର ବୁଦ୍ଧିମତ୍ତାକୁ ତାତ୍ସଲ୍ଯ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ