Saturday, October 10, 2026
22.4 C
Odisha

    ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ପୱନ ଖେରା

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ପୱନ ଖେରା। ଲଗାତର ଗୋଟିଏ ପରେ ଗୋଟିଏ ଓଡିଶାର ଅସ୍ମିତା ଉପରେ ହମଲା କରିବାରେ ଲାଗିଛି ବିଜେପି। ବିଜେପି ନେତା ସମ୍ବିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କ ଉପରେ ଏମିତି ମନ୍ତବ୍ୟ ପରେ ତାଙ୍କ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯଦି ସମ୍ବିତ ପାତ୍ର କଂଗ୍ରେସରେ ରହି ଏଭଳି ମନ୍ତବ୍ୟ ଦେଇଥାନ୍ତେ ତେବେ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ହୋଇଥାନ୍ତା ବୋଲି କହିଛନ୍ତି ପୱନ । ଏହି ଘଟଣାରେ ତାଙ୍କୁ ବିଜେପିରୁ ବହିଷ୍କାର କରିବା ସହ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପାର୍ଥନା କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

    ୧୦ ବର୍ଷ ଭିତରେ ଦେଶରେ ଅରାଜକତା ବଢିବାରେ ଲାଗିଛି। ବେକାରି ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି। ଏହି ଘଟଣାରେ ଯେତେବେଳେ ପ୍ରଶ୍ନ କରାଯାଇଛି ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି । ଓଡିଶାବାସୀ ଜାଣିଛନ୍ତି ଉପା ସରକାର ଥିବା ବେଳେ ରାଜ୍ୟ ପାଇଁ କଣ କଣ କାର୍ଯ୍ୟ କରାଯାଇଛି । ଯୁଆଡେ ବି ଦେଖିବେ ଲୋକେ କଂଗ୍ରେସକୁ ଚାଁହୁଛନ୍ତି । ଆଶା କରାଯାଉଛି କଂଗ୍ରେସ ଏଥର କେବଳ ରାଜ୍ୟରେ ନୁହେଁ ଦେଶରେ ଭଲ ପ୍ରଦର୍ଶନ କରିବ। ଏବେ ସମୟ ଆସିଛି ଭୋଟରେ ଦେଶବାସୀ ଜବାବ ଦିଅନ୍ତୁ। ଯେତେବେଳେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା ସେତେବେଳେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ହାତ ଧରି ପ୍ରଧାନମନ୍ତ୍ରୀ ମୋଦୀ ଚାଲୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ମଧ୍ୟ ସେତେବେଳେ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଏବେ ବିଜେପିକୁ ପରାଜୟର ଭୟ ଘାରିଛି। ସେଥିପାଇଁ ବାରମ୍ବାର ଓଡିଶା ଗସ୍ତରେ ଆସି ବିଜେପି ନେତାମାନେ ଏଭଳି କହୁଛନ୍ତି। ଏଥର ନିର୍ବାଚନ ମାହୋଲ ଦେଖି ଲାଗୁଛି କଂଗ୍ରେସ ୧୨ ରୁ ୧୪ ଲୋକସଭା ଆସନ ଜିତିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ