Wednesday, October 14, 2026
23 C
Odisha

    ସୋସିଆଲ ମିଡ଼ିଆରେ କଂଗ୍ରେସ-ବିଆରଏସ ମୁହାଁମୁହିଁ: ସୋନିଆ-ରାଜୀବଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପାଖେଇ ଆସିବା ସହିତ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏପରିସ୍ଥଳେ ତେଲେଙ୍ଗାନାରେ ସୋସିଆଲ ମିଡ଼ିଆରେ କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ଏକ୍ସରେ ଦୁଇ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଥିଲା। ମାତ୍ର ଏବେ ଏହା ଏଡିଟେଡ ଫଟୋରେ ଆସି ପହଞ୍ଚିଛି। ବିଆରଏସ  ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସରେ ବଲିଉଡ ଫିଲ୍ମ ଗୀତ କଜରାରେ କଜରାରେର ଏକ ଫଟୋ ସେୟାର କରାଯାଇଛି।

    ଫଟୋରେ ଅଭିଷେକ ବଚ୍ଚନଙ୍କ ଫଟୋକୁ ଏଡିଟ୍ କରି ରାଜୀବ ଗାନ୍ଧୀ କରାଯାଇଛି। ସେହିପରି ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଫଟୋକୁ ଏଡିଟ୍ କରାଯାଇ ସୋନିଆ ଗାନ୍ଧୀ କରାଯାଇଛି। ଫଟୋର କ୍ୟାପସନରେ ଲେଖା ଯାଇଛି ଆମେ ତେଲେଙ୍ଗାନା ପାଇଁ ନିଜର ଜୀବନର ବହୁମୂଲ୍ୟ ସମୟ ଦେଇଥିବା ନେତା କେସିଆରଙ୍କ ବିରୋଧରେ ପୋଷ୍ଟ କରାଯାଇ ଥିବା ଆପତ୍ତିଜନକ ଫଟୋର ଜବାବରେ ଏପରି କରିଛୁ।

    ଆମେ ଚେତାବନୀ ଦେଉଛୁ ଯଦି କଂଗ୍ରେସ ଏଭଳି କାର୍ଯ୍ୟ ଜାରି ରଖେ ତେବେ ଆମେ ମଧ୍ୟ ଲଗାତାର ଏହାର ଉତ୍ତର ଦେବୁ। ଆମେ ଏବେ ରାହୁଲ ଏବଂ ସୋନିଆଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବୁ। କଂ‌ଗ୍ରେସ ନ ସୁଧୁରିଲେ ଆମେ ଆଗାମୀ ଦିନରେ ଭିଡ଼ିଓ ପୋଷ୍ଟ କରିବୁ ବୋଲି ବିଆରଏସ ଧମକ ଦେଇଛି। ଏହା ପୂର୍ବରୁ କଂଗ୍ରେସ କେ.କବିତା ଏବଂ କେସିଆର ତଥା ଅନ୍ୟ ବିଆରଏସ ନେତାଙ୍କ ଏଡିଟେଡ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ