Sunday, October 4, 2026
22.7 C
Odisha

    ଦେଢ଼ଶୁର-ଭାଇବୋହୂ ଶାରୀରିକ ସଂପର୍କ ରଖୁଥିଲେ; ଦେଖିଦେଲେ ବୋଲି ବୃଦ୍ଧାଙ୍କୁ ହାଣି କୂଅରେ ଫିଙ୍ଗିଦେଲେ

    ଆଗକୁ ପଢନ୍ତୁ

    ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସଦର ପଞ୍ଚାୟତ ହିଳୁଙ୍ଗ ଗାଁରେ ଗତମାସ ୧୦ ତାରିଖରେ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ମାମଲାର ନୂଆ ମୋଡ଼ ନେଇଛି। ଭାଇବୋହୂ ସହିତ ଶାରୀରିକ ସଂପର୍କ ରଖୁଥିବା ବେଳେ ଶୋଭା ‌ଭୋଇ ଦେଖି ଦେବାରୁ ତାଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗି ଦିଆଯାଇଥିଲା ବୋଲି ପୁଲିସ କହିଛି। ହିଲୁଙ୍ଗ ଗାଁର ଶୋଭା ଭୋଇ (୬୦)ଙ୍କ ମୃତ୍ୟୁ ମାମଲାରେ ପୁଲିସ ରାଜ କିଶୋର ଜଗଦଲା ଓରଫ୍ ଗଗନ (୩୫), ଗଗନର ଭାଇବୋହୂ ନନ୍ଦିନୀ ମେହେର (୨୨) ଓ ପଥରଘାଟ ଗ୍ରାମର ଶାନ୍ତନୁ ପଧାନ ଓରଫ୍ କୁନୁଙ୍କୁ ଗିରଫ କରିଛି। ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି

    ପୁଲିସ କହିଛି, ହତ୍ୟା ସନ୍ଦେହରେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଇଥିଲା। ସେମାନେ ନିର୍ଦ୍ଦୋଷ କହୁଥିଲେ ମଧ୍ୟ ପୁଲିସର ସନ୍ଦେହ ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଏହା ଏକ ହତ୍ୟାକାଣ୍ଡ। ଆରକ୍ଷୀ ଅଧୀକ୍ଷକ ୟଶ୍‌ ପ୍ରତାପ ଶ୍ରୀମଲ୍‌ଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭାରପ୍ରାପ୍ତ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ଦିଗାଲ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ରାଜ କିଶୋର, ନନ୍ଦିନୀ ଓ ଶାନ୍ତନୁ ପଧାନଙ୍କୁ ଅଧିକ ପଚରାଉଚରା କରିଥିଲା। ଜେରା ସମୟରେ ଅଭିଯୁକ୍ତମାନେ ହତ୍ୟା ନେଇ ପୁଲିସ ଆଗରେ ସ୍ବୀକାର କରିଥିଲେ। ଶୋଭା ଭୋଇଙ୍କୁ କିଭଳି ଭାବେ ହତ୍ୟା କରାଯାଇଥିଲା ଅଭିଯୁକ୍ତମାନେ ସେନେଇ କହିଥିଲେ। ଅଭିଯୁକ୍ତ ନନ୍ଦିନୀକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରେସନ୍‌ କରା ଯାଇଥିଲା। ସେଠାରେ ସେ ଓ ତାର ଦେଢ଼ଶୁର ଶାରୀରିକ ସମ୍ପର୍କ ରଖିବା ସମୟରେ ଶାନ୍ତନୁ ମଧ୍ୟ ଉପସ୍ଥିତ ଥିଲା। ତେବେ ଏହି ଘଟଣାକୁ ଶୋଭା ଦେଖି‌ ଦେଇଥିଲେ। ଘଟଣା ପ୍ରଘଟ ହୋଇଯିବା ଭୟରେ ଅଭିଯୁକ୍ତମାନେ ଶୋଭାଙ୍କ ତଣ୍ଟିଚିପିବା ସ‌ହିତ ଏକ ବ୍ଳେଟ୍‌ରେ ହାଣି ହତ୍ୟା କରିଥିଲେ। ଏପରିକି ଶୋଭାଙ୍କ ଅନେକ ସମ୍ବେଦନଶୀଳ ସ୍ଥାନକୁ ହାଣିଥିଲେ।

    ପୁଲିସ୍ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିଲା। ଏଏସଆଇ ବୁଡୁ ଭୋଇ ତଦନ୍ତ କରୁଥିଲେ। ପରେ ଏହା ଏକ ହତ୍ୟାକାଣ୍ଡ ମାମଲା ରୁଜ୍ଜୁ କରିଛି। ଭାରପ୍ରାପ୍ତ ଥାନା ଅଧିକାରୀ ଦିପ୍ତି ରଞ୍ଜନ ଦିଗାଲ ମାମଲାର ଅଧିକ ତଦନ୍ତ ଚଳାଇଛନ୍ତି।

    ରାଜ କିଶୋରର ସାନ ଭାଇ ପ୍ରେମ୍ କରି ନନ୍ଦିନୀକୁ ବିବାହ କରିଥିଲେ। ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଏବେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଛନ୍ତି। ତେବେ ସାନଭାଇର ଅନୁପସ୍ଥିତିରେ ଭାଇବୋହୂ ସହିତ ଗଗନ୍‌ ଶାରୀରିକ ସମ୍ପର୍କ ରଖୁଥିଲା। ଏଥିରେ ଶାନ୍ତନୁ ପଧାନ ମଧ୍ୟ ସଂପୃକ୍ତ ଥିଲା। ଜଣେ ବିଧବା ମହିଳା ଶୋଭା ଭୋଇଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରା ଯାଇଥିବାରୁ ମୃତକଙ୍କ ଏକ ମାତ୍ର ଝିଅ ଶ୍ରାବଣୀ ମହାନନ୍ଦ ଓ ଜ୍ବାଇଁ ବିଜୟ ମହାନନ୍ଦ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ