Wednesday, October 14, 2026
22.5 C
Odisha

    ନିର୍ବାଚନ ପୂର୍ବରୁ ଫ୍ରିଜ୍‌ ହେଲା କଂଗ୍ରେସ ଓ ଯୁବ କଂଗ୍ରେସର ସମସ୍ତ ବ୍ୟାଙ୍କ୍‌ ଆକାଉଣ୍ଟ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଏବଂ ଯୁବ କଂଗ୍ରେସର ସମସ୍ତ ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି । ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନ ।ଅଜୟ କହିଛନ୍ତି, ‘‘କଂଗ୍ରେସ ଦଳର ସମସ୍ତ ଆକାଉଣ୍ଟ ଫ୍ରିଜ୍ କରି ଦିଆଯାଇଛି । ନିର୍ବାଚନ ଘୋଷଣାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏଭଳି ନିଷ୍ପତ୍ତି ନେଇ ସରକାର କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ କରୁଛନ୍ତି । ଆୟକର ବିଭାଗ ୨୧୦ କୋଟି ଟଙ୍କା ମାଗୁଛି । ଏଭଳି ଆକାଉଣ୍ଟ ଫ୍ରିଜ୍ କରିବା ଦ୍ୱାରା ନା କାହାକୁ ବେତନ ଦିଆଯାଇପାରୁଛି ନା କୌଣସି ବିଲ ଭରାଯାଇପାରୁଛି । ମେମ୍ବରସିପ୍ ଡ୍ରାଇଭ ଜରିଆରେ ଯୁବ କଂଗ୍ରେସ ଯେଉଁ ଟଙ୍କା ଏକାଠି କରିଥିଲା ତାକୁ ମଧ୍ୟ ଫ୍ରିଜ୍ କରିଦିଆଯାଇଛି ।’’
    ସେ ଆହୁରି ମଧ୍ୟ କହିଛନ୍ତି, ‘‘ଦଳ ପକ୍ଷରୁ ଆୟକର ଦାଖଲ କରିବାରେ ବିଳମ୍ବ ହୋଇଥିଲା। କିନ୍ତୁ ପରେ ଆୟକର ଦାଖଲ ପାଇଁ ୪୫ ଦିନର ସମୟ ମିଳିଥିଲା । ଏହା ସତ୍ତ୍ବେ ମଧ୍ୟ ଆକାଉଣ୍ଟକୁ ଫ୍ରିଜ୍ କରିବାର ଅର୍ଥ କଣ? କୌଣସି କାମ ପାଇଁ ଟଙ୍କା ଦିଆ ଯାଇପାରୁନି । ନା ବ୍ୟାଙ୍କରେ ଟଙ୍କା ଜମା କରାଯାଇ ପାରୁଛି ନା ବ୍ୟାଙ୍କରୁ ଟଙ୍କା ଉଠାଯାଇପାରୁଛି।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ