Thursday, March 20, 2025
32.2 C
Odisha

    ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଧାନସଭାରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟଭାଗରେ ନାରାବାଜି । ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା ।  ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ହୁଇସିଲ ବଜାଇ ପ୍ରତିବାଦ ଜଣାଇଥିଲେ ।  ହୁଇସିଲ ବଜାଇବାରୁ ବିରତ ରହିବାକୁ ବାଚସ୍ପତି ସୁରମା ପାଢ଼ୀ ନିବେଦନ କରିଥିଲେ ।  ତେବେ କଂଗ୍ରେସ ବିଧାୟକମାନେ ଏଥିରୁ ନିବୃତ୍ତ ରହିନଥିଲେ ।  ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରିବା ସହ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି ଜଣାଇଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ସମ୍ଭବ ହୋଇନଥିଲା ।  ତେଣୁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏ ମୁଲତବୀ ରଖିଛନ୍ତି ।

    ଆଜି ବିଧାନସଭା ଆରମ୍ଭରେ ସୋନପୁରର ପୂର୍ବତନ ବିଧାୟକ ଦେବରାଜ ସେଠଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଶୋକ ପ୍ରସ୍ତାବ ଆଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ଏହାପରେ ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ବିଧାୟକମାନେ ହୁଇସିଲ ବଜାଇବାରୁ ବିଧାନସଭାକୁ ଦିନ ୧୨ଟା ଯାଏ ମୁତଲବୀ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.2 ° C
    32.2 °
    32.2 °
    24 %
    3.7kmh
    100 %
    Thu
    33 °
    Fri
    39 °
    Sat
    29 °
    Sun
    35 °
    Mon
    37 °

    ସମ୍ବନ୍ଧିତ