Wednesday, July 15, 2026
25.8 C
Odisha

    ଜୁଲାଇ ୨୩ରେ ରିଲିଜ ହେବ ବିଜୟ ଥାଲାପତିଙ୍କ ଫିଲ୍ମ ଜନ ନାୟଗନ

    ଆଗକୁ ପଢନ୍ତୁ

    ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥାଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟଗନ’ ଏବେ ବକ୍ସ ଅଫିସରେ କମାଲ କରିବାକୁ ଯାଉଛି । ଦୀର୍ଘଦିନରୁ ପ୍ରଶଂସକ ଅପେକ୍ଷା କରି ରହିଥିଲେ । ଏବେ ଫିଲ୍ମର ରିଲିଜ ଡେଟ୍ ସାମ୍ନାକୁ ଆସିଛି । ଥାଲାପତି ବିଜୟ ଫିଲ୍ମର ପୋଷ୍ଟର ସେୟାର କରି ରିଲିଜ ଡେଟ୍ ଘୋଷଣା କରିଛନ୍ତି ।

    ବିଜୟ ପୋଷ୍ଟ କରି ଲେଖିଛନ୍ତି, ଜନ ନାୟଗନ ଜୁଲାଇ ୨୩ । ପୋଷ୍ଟରରେ ଥାଲାପତି ବିଜୟ ପୋଲିସ ଡ୍ରେସରେ ନଜର ଆସିଛନ୍ତି । ଆଖିରେ ଚଷମା ଲଗାଇ ହାତରେ ତଲୱାର ଧରିଥିବା ନଜର ଆସିଛନ୍ତି ।
    ଥାଲାପତି ବିଜୟଙ୍କ ଫିଲ୍ମ ଜାନୁଆରୀରେ ରିଲିଜ ହେବାର ଥିଲା । କିନ୍ତୁ ଫିଲ୍ମକୁ ସେନ୍ସର ବୋର୍ଡ ସାର୍ଟିଫିକେଟ ମିଳିନଥିଲା । ଏହି କାରଣ ଯୋଗୁଁ ଫିଲ୍ମ ରିଲିଜ ହୋଇନଥିଲା । ଫିଲ୍ମକୁ ଏ ସାର୍ଟିଫିକେଟ ମିଳିବା ପରେ ରିଲିଜ ଡେଟ୍ ସାମ୍ନାକୁ ଆସିଛି । ୩ ଘଣ୍ଟା ୩ ମିନିଟର ଫିଲ୍ମ ଖୁବଶୀଘ୍ର ଜୁଲାଇ ୨୩ରେ ପରଦା ଉପରେ ନଜର ଆସିବ ।

    ଏହି ଫିଲ୍ମ ଥାଲାପତି ବିଜୟଙ୍କ ଶେଷ ଫିଲ୍ମ । ତେଣୁ ଫ୍ୟାନ୍ସ ଏହାକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । ବିଜୟ ଏହାପରେ ଫିଲ୍ମରୁ ରିଟାୟରମେଣ୍ଟ ନେଇ ପଲିଟିକ୍ସରେ ଆକ୍ଟିଭ ରହିବେ । ଫ୍ୟାନ୍ସଙ୍କୁ ତାଙ୍କ ଆକ୍ସନ ଅବତାର ବେଶ୍ ପସନ୍ଦ ଆସିଛି ।

    ଏହି ଫିଲ୍ମକୁ ଏଚ. ଭିନୋଥ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପ୍ରଯୋଜନା ଭେଙ୍କଟ କେ ନାରାୟଣନେ କରିଛନ୍ତି । ଫିଲ୍ମରେ ପୂଜା ହେଗଡେ, ବବି ଦେୱଲ ଏବଂ ମମିତା ବେଜୁ ଭଳି ଷ୍ଟାର ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    85 %
    1.1kmh
    100 %
    Wed
    25 °
    Thu
    30 °
    Fri
    26 °
    Sat
    28 °
    Sun
    29 °

    ସମ୍ବନ୍ଧିତ