Monday, August 24, 2026
27.4 C
Odisha

    ସଂସ୍କୃତ-ମୈଥିଲି ଭାଷାରେ ସମ୍ବିଧାନ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ କଲେ ଉନ୍ମୋଚନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସ୍କୃତ ଏବଂ ମୈଥିଲି ଭାଷାରେ ମଧ୍ୟ ଏବେ ଭାରତର ସମ୍ବିଧାନ ଉପଲବ୍ଧ ହୋଇଛି। ସମ୍ବିଧାନର ୭୫ ବର୍ଷ ପୂରଣ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଭାଷାରେ ସମ୍ବିଧାନର କପି ପ୍ରକାଶ ପାଇଛି।ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉଭୟ ଗୃହର ବାଚସ୍ପତି, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ବିଧାନ ଦିବସ  ପାଇଁ ଏକ ସ୍ୱତନ୍ତ୍ର ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରାଯାଇଛି।

    ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ସମ୍ବିଧାନ ହେଉଛି ଦେଶର ବିଦ୍ବାନ ଲୋକଙ୍କ ଉପହାର। ଯାହା ଭାରତର ବିବିଧତାକୁ ସମ୍ମାନ ଦେଇଥାଏ। ବିଗତ ୭୫ ବର୍ଷ ମଧ୍ୟରେ ଦେଶର ଅଗ୍ରଗତି ଏବଂ ମହିଳା ସଶକ୍ତିକରଣ ଦିଗରେ କରାଯାଇଥିବା କାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ।

    ଏଥିସହ ମହିଳା ସାଂସଦଙ୍କ ଅବଦାନକୁ ପ୍ରଶଂସା କରିବାବେଳେ ସେ ସମ୍ବିଧାନର ଉଦ୍ଦେଶ୍ୟ ହାସଲ କରିବା ପାଇଁ କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା ଏବଂ ବିଧାନସଭାର ସାମୁହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମ୍ବିଧାନ ଦିବସରେ ଗୃହର ସାଧାରଣ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା ଏବଂ ଉଭୟ ଗୃହର ମିଳିତ ଅଧିବେଶନ ଡକାଯାଇଥିଲା। ଏହି ସମୟରେ ରାଷ୍ଟ୍ରପତି ସମସ୍ତ ସଦସ୍ୟଙ୍କୁ ସମ୍ବିଧାନର ମୁଖବନ୍ଧ ପଢ଼ାଇଥିଲେ। ୭୫ ତମ ସମ୍ବିଧାନ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ ଏହି କାର୍ଯ୍ୟକ୍ରମ ଦେଶର ବିବିଧତା ଏବଂ ଏକତାର ପ୍ରତୀକ ପାଲଟି ଯାଇଥିବା ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    84 %
    2.6kmh
    99 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ