Sunday, March 15, 2026
22.3 C
Odisha

    ବେଳାଭୂମିରେ ଜେଟି ନିର୍ମାଣ: କାମ ବନ୍ଦ କଲେ ଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ବେଳାଭୂମି ଛାତି ଉପରେ ଜେଟି ନିର୍ମାଣକୁ ଦୃଢ଼ ବିରୋଧ କରାଯାଇଛି। ବେଳାଭୂମିରେ ଏଭଳି ବିରାଟ ନିର୍ମାଣ ଅବୈଧ ଓ ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ଜୋର୍‌ ଧରିଲାଣି। ବିଭିନ୍ନ ସଂଗଠନ ଏହା ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଯେହେତୁ ଏହି ସ୍ଥାନ ଧାର୍ମିକ ଭାବନା ସହ ଜଡ଼ିତ ଓ ଏହା ପର୍ଯ୍ୟଟକଙ୍କ ଜନଗହଳିପୂର୍ଣ୍ଣ ସ୍ଥାନ, ଏହାକୁ ପେଣ୍ଠକଟା ଅବା ଷ୍ଟର୍ଲିନ୍‌ ଛକକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି। ଗଣମାଧ୍ୟମରେ ଏ ସଂପର୍କିତ ଖବର ପ୍ରକାଶ ସହ ବିଭିନ୍ନ ସଂଗଠନଠାରୁ ଅଭିଯୋଗ ପାଇବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି, ସିଆର୍‌ଜେଡ୍‌ କ୍ଲିୟରାନ୍ସ ପରେ ଏହି ନିର୍ମାଣ ହେଉଛି। ଇଡ୍‌କୋ ଏହାର ନିର୍ମାଣ କାର୍ଯ୍ୟ କରୁଛି। କିନ୍ତୁ ଯେଉଁ ଆକାର ଓ ପ୍ରକାରରେ ଏହାର ନିର୍ମାଣ କରାଯାଉଛି, ତାହା ହେବା କଥା ନୁହେଁ। ବିଭିନ୍ନ ସଂଗଠନଠାରୁ ଏ ସମ୍ପର୍କରେ ଅନେକ ଅଭିଯୋଗ ପାଇଛୁ। ସମ୍ପୃକ୍ତ ବିଭାଗକୁ ଏ ନେଇ ଅବଗତ କରାଯାଇଛି। ପର୍ଯ୍ୟଟକଙ୍କ ସହ ଜଡ଼ିତ ବ୍ୟବସ୍ଥା ଅନୁସାରେ କିଭଳି ଏହି ଜେଟି ନିର୍ମାଣ ହୋଇପାରିବ, ତାହା ଉପରେ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅପରପକ୍ଷେ ଏହି ନିର୍ମାଣକୁ ବିରୋଧ କରି ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛି। ଯେଉଁ ସ୍ଥାନରେ ଏହି ନିର୍ମାଣ ହେଉଛି, ତାହା ଧାର୍ମିକ ଭାବନା ସହ ଜଡ଼ିତ। ଏଥିସହ ପର୍ଯ୍ୟଟକଙ୍କର ଏହା ବିଚରଣ ସ୍ଥାନ। ଏଣୁ ସର୍ବସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ପେଣ୍ଠକଟାକୁ ସ୍ଥାନାନ୍ତର ପାଇଁ ପରିଷଦ ଦାବି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    51 %
    1.6kmh
    0 %
    Sun
    38 °
    Mon
    36 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ