Monday, September 14, 2026
25.9 C
Odisha

    କରୋନାର ଜେଏନ ୧ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇ କର୍ଣ୍ଣାଟକରେ ୩ଜଣକ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁଣି ଆସିଲାଣି କରୋନା। ସାରା ବିଶ୍ବ କରୋନା ଭୂତାଣୁ ଦ୍ବାରା ୩ବର୍ଷ ହନ୍ତସନ୍ତ ହେବା ପରେ ଏବେ କରୋନାର ନୂଆ ଭାରିଆଣ୍ଟ ଆସିଥିବା ନେଇ ସୂଚନା ମିଳିଛି। ଭାରିଆଣ୍ଟର ନାମ ଜେଏନ ୧ ରହିଥିବା ବେଳେ ଏବେ ପୁଣି ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର କର୍ଣ୍ଣାଟକରେ ୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ତିନି ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ କେରଳରେ କରୋନା ସଂକ୍ରମଣ ସରକାରଙ୍କ ଚିନ୍ତା ବଢ଼ଇଛି। କାରଣ ଗୋଟିଏ ଦିନରେ ରାଜ୍ୟରେ ୧୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

    କର୍ଣ୍ଣାଟକର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ରାଜ୍ୟରେ ମୋଟ ୩୪ଜଣ ଜେଏନ ୧ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଏଥିମଧ୍ୟରୁ ବେଙ୍ଗାଲୁରୁରେ ୨୦ଜଣ, ମହୀସୁରରେ ୪ଜଣ, ମାଣ୍ଡ୍ୟାରେ ୬ଜଣ ଏବଂ ରାମନାଗର, ବେଙ୍ଗାଲୁରୁ ଗ୍ରାମୀଣ, କୋଡାଗୁ ଏବଂ ଚାମରାଜା ନଗରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଜେଏନ ୧ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇ ୩ଜଣକ ମୃତ୍ୟୁ ହେବା ପରେ ଏବେ ସରକାରଙ୍କ ଚିନ୍ତା ବଢ଼ିଛି ।

    କେରଳ ବିଷୟରେ କହିବାକୁ ଗଲେ, ଗତ ୨୪ଘଣ୍ଟା ମଧ୍ୟରେ ୧୧୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ଜେଏନ ୧ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହା ସହିତ ରାଜ୍ୟରେ କୋଭିଡର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୯କୁ ବୃଦ୍ଧି ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.9 ° C
    25.9 °
    25.9 °
    82 %
    0.9kmh
    11 %
    Mon
    26 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ