Friday, October 9, 2026
24.1 C
Odisha

    ମଦ ନିଶାରେ ନିଜ ୫ ମାସର କୁନିପୁଅକୁ କଚାଡ଼ି ମାରିଲା ନୃଶଂସ ବାପା

    ଆଗକୁ ପଢନ୍ତୁ

    ବରଗଡ଼: ମଦ ପିଇ ନିଶାସକ୍ତ ଅବସ୍ଥାରେ ନିଜ ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେଲା ବାପା । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଚେରଙ୍ଗାଝାଂଜ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗ୍ରାମର ହେମନ୍ତ ଭୁଏ ନାମକ ଜଣେ ବ୍ୟକ୍ତି ଗତ ରାତିରେ ମଦ ନିଶାରେ ଘରକୁ ଯାଇ ଘର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ବଚସାକୁ ନେଇ ରାଗ ତମ ତମରେ ମଦ ନିଶାରେ ନିଜର ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ଦେଇଥିଲେ । ସ୍ତ୍ରୀର ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଶିଶୁପୁତ୍ରକୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଲୋକେ ବାପା ହେମନ୍ତକୁ ଅଟକ ରଖି ପୋଲିସର ଜିମା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    83 %
    0.8kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ