Thursday, October 1, 2026
30.6 C
Odisha

    ମାଆକୁ ହତ୍ୟା କଲା ନୃଶଂସ ପୁଅ

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଅଭାବନୀୟ ଘଟଣା ଘଟିଛି। ତଣ୍ଟି ଚିପି ନିଜ ମାଆକୁ ହତ୍ୟା କରିଛି  ନୃଶଂସ ପୁଅ। ଏ ନେଇ ବୋହୁ କବିତା ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ପରେ ସିମୁଳିଆ ପୁଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମୃତ ମାଆଙ୍କ ନାଁ ଆରତୀ ମହାନ୍ତି ହୋଇଥିବାବେଳେ ପୁଅର ନାଁ ଅରୁଣ ମହାନ୍ତି ବୋଲି ଜଣାପଡ଼ିଛି। ତାଳପଦା ଗାଁର ଅରୁଣ ମହାନ୍ତି ଗତକାଲି ରାତିରେ ମାଆ ଆରତୀ ମହାନ୍ତିଙ୍କୁ ଖାଇବାକୁ ମାଗିଥିଲେ। ମାଆ ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ। ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମାଆଙ୍କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା। ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଆସି ଛଡ଼େଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ। ତଣ୍ଟି ଚିପିବା ପରେ ମାଆ ଅଚେତ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    54 %
    2.7kmh
    7 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ