Wednesday, October 14, 2026
23 C
Odisha

    CRPF ଯବାନମାନଙ୍କ ପାଇଁ ବଡ଼ ରିଲିଫ: ଅପରେସନରେ ଆହତ ହେଲେ ମଧ୍ୟ ମିଳିବ ପୂର୍ଣ୍ଣ ଦରମା, ପାଇବେ ପଦୋନ୍ନତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ୮୭ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ରୀୟ ଗୃହ ସଚିବ ଗୋବିନ୍ଦ ମୋହନ ଯବାନମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅପରେସନ ସମୟରେ ଆହତ ହେଉଥିବା ଯବାନ ଓ ଅଧିକାରୀମାନଙ୍କୁ ସେବାରୁ ହଟାଯିବ ନାହିଁ। ଏହା ସହିତ ସେମାନଙ୍କୁ ପୂର୍ଣ୍ଣ ଦରମା, ଭତ୍ତା ଏବଂ ପଦୋନ୍ନତି ସହ ସମ୍ମାନ ଓ ଗୌରବର ସହ ସେବା ଜାରି ରଖିବାର ସୁଯୋଗ ମିଳିବ।

    ଗୃହ ସଚିବ ମୋହନ କହିଛନ୍ତି, “ସରକାର ଏଭଳି କର୍ମଚାରୀମାନଙ୍କ ପାଇଁ ଏକ ନ୍ୟୂନତମ ଆର୍ଥିକ ପ୍ୟାକେଜ ମଧ୍ୟ ନିର୍ଦ୍ଧାରଣ କରିବ ଏବଂ ସେମାନଙ୍କୁ ଫୋର୍ସରେ ସମାୟୋଜିତ କରାଯିବ।” ସେ ଆହୁରି କହିଛନ୍ତି ଯେ ଏହି ଯବାନମାନଙ୍କୁ ସିଏପିଏଫର ନିର୍ଦ୍ଦିଷ୍ଟ ଇଉନିଟଗୁଡ଼ିକରେ ନିଯୁକ୍ତ କରାଯିବ ଏବଂ ସେମାନଙ୍କୁ ଅଙ୍ଗ ପ୍ରତିରୋପଣ ଭଳି ଆଧୁନିକ ସୁବିଧା ମଧ୍ୟ ପ୍ରଦାନ କରାଯିବ। ତେବେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ) କର୍ମଚାରୀମାନଙ୍କୁ ସମୟ ସମୟରେ ପଦୋନ୍ନତି ଓ ସେବା ପାଇଁ ନିର୍ଦ୍ଦିଷ୍ଟ ଶାରୀରିକ ମାନଦଣ୍ଡ ପାଳନ କରିବାକୁ ହେବ।

    ଏକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଗତ କିଛି ଦଶନ୍ଧି ମଧ୍ୟରେ ଅନେକ ଅପରେସନ ସମୟରେ ଆଇଇଡି ବିସ୍ଫୋରଣ କିମ୍ବା ଅନ୍ୟାନ୍ୟ ଘଟଣାରେ ଶହଶହ ଯବାନ ନିଜର ହାତ, ପାଦ କିମ୍ବା ଆଖି ହରାଇଛନ୍ତି ଏବଂ ସ୍ଥାୟୀ ଭାବେ ଅକ୍ଷମ ହୋଇଛନ୍ତି। ଏଭଳି ଅବସ୍ଥାରେ ଅନେକ ଜବାନ ଫିଟନେସ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇ ନ ପାରିବାରୁ ପଦୋନ୍ନତିରୁ ବଞ୍ଚିତ ହୋଇଥାନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ସିଆରପିଏଫର ମହାନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ପ୍ରତାପ ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଆଗାମୀ କିଛି ମାସ ମଧ୍ୟରେ ଏହାର ସୁପାରିଶ ପ୍ରଦାନ କରିବ ଏବଂ ଏକ ଯୋଜନାର ରୂପରେଖ ପ୍ରସ୍ତୁତ କରିବ।ଏହି ଘୋଷଣା ସିଆରପିଏଫ ଯବାନମାନଙ୍କ ମନୋବଳ ବୃଦ୍ଧି କରିବ ଏବଂ ଦେଶ ସେବା ପାଇଁ ସେମାନଙ୍କ ନିଷ୍ଠାକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ