Wednesday, September 9, 2026
30.9 C
Odisha

    ଦୁଃଖ ଶୁଣିଲେ ଓ ପରିବାରକୁ ସହାୟ ହେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଖଇରା/ ବାଲେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ବାଲେଶ୍ବର ଜିଲ୍ଲା ଖଇରା ଥାନା ସାହାପୁର ଗାଁର ମୁରଲୀଧର ମହାକୁଡ଼ଙ୍କ ମର ଶରୀର ଗାଁରେ ପହଞ୍ଚିଛି। ଆଜି ସକା‌ଳ ପ୍ରାୟ ୮ଟା ବେଳେ ମୃତଶରୀର ପହଞ୍ଚିବା ପରେ ମୁରଲୀଧର ଅନ୍ତିମସଂସ୍କାର ମଧ୍ୟ ସଂପନ୍ନ ହୋଇଛି।   ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ମୁରଲୀଧରଙ୍କ ପତ୍ନୀ ଓ ଝିଅଙ୍କ ସହିତ ଫୋନରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇ କହିଲେ ‘ ଏଇଟା ଘଡ଼ିସନ୍ଧି ମୁହୂର୍ତ୍ତ। ମୁଁ ବୁଝିପାରୁଛି ଆପଣଙ୍କ ଅବସ୍ଥା। ମନେ ରଖନ୍ତୁ ମୁଖ୍ୟମନ୍ତ୍ରୀ ଆପଣଙ୍କ ସହିତ ଅଛନ୍ତି। ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କ ସହିତ ଅଛି’। ଆପଣଙ୍କ ଝିଅର ପାଠପଢ଼ା ଦ‌ାୟିତ୍ବ ନେବେ ସରକାର।

    ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ମୁରଲୀଧର ମହାକୁଡଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧୀନ ସାହାପୁର ଗ୍ରାମର ମୁରଲୀଧର ମହାକୁଡ଼ ଦୀର୍ଘବର୍ଷ ହେବ ମୁମ୍ବାଇରେ ଏକ ହୋଟେଲରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ସେ ମୁମ୍ବାଇରେ ମେଡିକାଲରେ ଚିକିତ୍ସା ହେଉଥିବା ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

    ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ମର ଶରୀରକୁ ସରକାରଙ୍କ ତରଫରୁ ଆଣି ତାଙ୍କ ଗ୍ରାମରେ ଶେଷକୃତ୍ୟ ସମ୍ପାଦନ ନିମନ୍ତେ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ପରିବାରକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ଆମ୍ବୁଲାନ୍ସରେ ମୁମ୍ବାଇରୁ ମୁରଲୀଧରଙ୍କ ମୃତଶରୀର ଗାଁକୁ ଆଣିବାର ବ୍ୟବସ୍ଥା କରିଥିଲେ। ଏନେଇ ପରିବାର ଏବଂ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜର ବ୍ୟସ୍ତତା ସତ୍ତ୍ବେ ଏଭଳି କାମ ଉପରେ ଦୃଷ୍ଟି ଦେବା ସହ ମୁରଲୀଧରଙ୍କ ସ୍ତ୍ରୀ ଓ ଯୁକ୍ତ ୨ ପଢୁଥିବା ଏକମାତ୍ର ଝିଅ ବର୍ଷାରାଣୀଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ହେବାର ଯେତେ ପ୍ରଶଂସା କଲେ କମ୍ ହେବ। ବର୍ଷାରାଣୀଙ୍କ ପାଠ ପଢ଼ା ଜାରି ରଖିବା ଲାଗି ସହଯୋଗ କରା‌ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଖ୍ୟମନ୍ତ୍ରୀ ଯେଭଳି ଜଣେ ସାଧାରଣ ଲୋକର ଭାବାବେଗକୁ ଗୁରୁତ୍ବ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେଥିପାଇଁ ମୁରଲୀଧରଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.9 ° C
    30.9 °
    30.9 °
    63 %
    3.4kmh
    99 %
    Wed
    31 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ