Saturday, March 14, 2026
24.5 C
Odisha

    ପରଲୋକରେ ରାଜନେତା ତଥା ସମାଜସେବୀ ଡାକ୍ତର ନବକିଶୋର ରାଉତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ପିପିଲି: ଜଣାଶୁଣା ଚିକିତ୍ସକ, ରାଜନେତା ତଥା ସମାଜସେବୀ ଡାକ୍ତର ନବକିଶୋର ରାଉତ ଆଉ ନାହାନ୍ତି। ଆଜି ସକାଳେ ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁରୀଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳରେ ନବକିଶୋର ରାଉତ ଦାଢ଼ି ଡାକ୍ତର ଭାବେ ପରିଚିତ ଥିଲେ। ସେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ସରକାରୀ ଚାକିରିରୁ ଅବସର ନେବା ପରେ ରୋଗୀ ସେବା ସାଙ୍ଗକୁ ରାଜନୀତିରେ ବି ସକ୍ରିୟ ଥିଲେ।ଡାକ୍ତର ନବକିଶୋର ରାଉତ ପିପିଲି ନିର୍ବାଚନ ମଣ୍ଡଳୀରୁ ବିଜେପି ପକ୍ଷରୁ ଥରେ ବିଧାନସଭା ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତାଙ୍କର ଜଣେ ପୁଅ ଓ ଦୁଇଝିଅ ଅଛନ୍ତି। ଡାକ୍ତର ନବକିଶୋର ରାଉତଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟ‌ୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ