Sunday, March 22, 2026
32.5 C
Odisha

    ନକ୍ସଲଙ୍କ ଅପେକ୍ଷା ରୋଗ ନେଉଛି ଅଧିକ ଯବାନଙ୍କ ଜୀବନ

    ଆଗକୁ ପଢନ୍ତୁ

    ମାଲକାନଗିରି: ନକ୍ସଲ ପ୍ରଭାବିତ ଅଂଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଯେତେ ଯବାନ ସହିଦ ହୋଇଛନ୍ତି, ତାଠାରୁ ଅଧିକା ଯବାନ ହୃଦଘାତ ଓ ବିଭିନ୍ନ ରୋଗର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ମାଓବାଦୀ ଦମନରେ ନିୟୋଜିତ ଯବାନମାନଙ୍କର ମୃତ୍ୟୁର କାରଣ ହେଉଛି ବସ୍ତର ଅଂଚଳରେ ରହଥିବା ଜଂଗଲର ବିଷାକ୍ତ କୀଟ ଓ ମଶା। କେବଳ ମ୍ୟାଲେରିଆରେ ହିଁ ବହୁ ଯବାନଙ୍କର ମୃତ୍ୟୁ ହୋଇସାରିଛି। ତେବେ ଏହାକୁ ଛାଡି ଦେଲେ ମଧ୍ୟ ଯବାନ ଲଗାତାର ଜଂଗଲରେ ରହିବା ଦ୍ବାରା ନିଜକୁ ଅସୁସ୍ଥତା ମନେ କରିବା, ପରିବାରଠାରୁ ଦୂରରେ ରହୁଥିବାରୁ ଚିନ୍ତାରେ ରହିବା, ଘଣ୍ଟା ଘଣ୍ଟା ଧରି କାମ କରିବା ଦ୍ବାରା ସେମାନେ ହାଲିଆ ହୋଇଯାନ୍ତି।ତେବେ ଏହାକୁ ଦୂର କରିବା ପାଇଁ ସରକାର ଏବଂ ବିଭାଗ ମଧ୍ୟ ବହୁ ଚେଷ୍ଟା କରୁଛି। ଯବାନ କିପରି ଶାନ୍ତିରେ ନିଜର ଡ୍ୟୁଟି କରିପାରିବେ ସେନେଇ ସବୁବେଳେ ସେମାନଙ୍କୁ ସତେଜ ରଖାଯାଉଛି। ତେବେ ଯବାନଙ୍କ ଉପରେ ଏସବୁର କୌଣସି ପ୍ରଭାବ ପଡୁ ନାହିଁ। ଯାହାଫଳରେ ବହୁ ସମୟରେ ଯବାନ ହୃଦଘାତରେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି।
    ଯେପରି ୨୦୧୯ରେ ୮୪ ଜଣ, ୨୦୨୦ରେ ୧୩୦ ଜଣ ଏବଂ ୨୦୨୧ରେ ୧୨୯ ଜଣ ଯବାନଙ୍କର ମୃତ୍ୟୁ ହୋଇଛି । ତେବେ ହୃଦଘାତ ଓ ରୋଗରେ ପଡି ମୃତ୍ୟୁବରଣ କରିଥିବା ସୁରକ୍ଷାକର୍ମୀଙ୍କ ବିଭିନ୍ନ ବିଭାଗରେ ଦେଖିବାକୁ ଗଲେ ସିଆରପିଏଫ ଯବାନଙ୍କ ମଧ୍ୟରୁ ୨୦୧୯ରେ ୪୫ ଜଣ, ୨୦୨୦ରେ ୬୩ ଜଣ, ୨୦୨୧ରେ ୭୩ ଜଣ, ୨୦୨୨ରେ ୬୨ ଜଣ, ୨୦୨୩ରେ ୫୪ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି।ସେହିପରି ବିଏସଏଫ ଯବାନମାନଙ୍କ ମଧ୍ୟରେ ୨୦୧୯ରେ ୨୨ ଜଣ, ୨୦୨୦ରେ ୨୧ ଜଣ, ୨୦୨୧ରେ ୧୭ ଜଣ, ୨୦୨୨ରେ ୨୧ ଜଣ ଏବଂ ୨୦୨୩ରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଆଇଟିବିପି ଯବାନଙ୍କ ମଧ୍ୟରେ ୨୦୨୯ରେ ୮ ଜଣ, ୨୦୨୦ରେ ୧୫ ଜଣ, ୨୦୨୧ରେ ୧୭ ଜଣ, ୨୦୨୨ରେ ୧୫ ଜଣ ଏବଂ ୨୦୨୩ରେ ୧୯ ଜଣ ଯବାନଙ୍କର ମୃତ୍ୟୁ ହୋଇଯାଇଛି |ସେହିଭଳି ଏସଏସବି ଯବାନଙ୍କ ମଧ୍ୟରେ ୨୦୧୯ରେ ଜଣେ ୨୦୨୦ରେ ୬ ଜଣ, ୨୦୨୧ରେ ୩ ଜଣ, ୨୦୨୨ରେ ୫ ଜଣ ଏବଂ ୨୦୨୩ରେ ୭ ଜଣ ମୃତ୍ୟୁବରଣ କରିଛନ୍ତି। ସିଆଇଏସଏଫ ଯବାନମାନଙ୍କ ମଧ୍ୟରେ ୨୦୨୯ରେ ୮ ଜଣ, ୨୦୨୦ରେ ୨୫ ଜଣ, ୨୦୨୧ରେ ୧୪ ଜଣ, ୨୦୨୨ରେ ୨୫ ଜଣ ଏବଂ ୨୦୨୩ରେ ୧୪ଜଣଙ୍କର ମୃତ୍ୟୁ ହୋଇଛି | ଏହି ରିପୋର୍ଟ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଯବାନ ଯେପରି ସୁସ୍ଥ ଓ ଚିନ୍ତା ମୁକ୍ତ ହେବେ ସେନେଇ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ