Tuesday, January 13, 2026
13.3 C
Odisha

    ୨୨ରେ ଦେବସ୍ନାନ ପୂର୍ଣ୍ଣିମା, ପ୍ରସ୍ତୁତ ହେଉଛି ସ୍ନାନ ମଣ୍ଡପ

    ଆଗକୁ ପଢନ୍ତୁ

    ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାଫ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହଫ ତେବେ ରଥଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ତାକୁ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ତେବେ ସ୍ନାନମଣ୍ଡପରେ କିପରି ଶୃଙ୍ଖଳିତ ଏବଂ ସୁରୁଖୁରରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହେବ ତା’ ଉପରେ ଫୋକସ ରଖିଛି ପ୍ରଶାସନ। ଏବେ ସ୍ନାନମଣ୍ଡପକୁ ପ୍ରସ୍ତୁତ କରାଯାଉଛି। ଗତବର୍ଷ ଦେବସ୍ନାନ ପୂର୍ଣ୍ଣିମା ପରେ ସ୍ନାନମଣ୍ଡପରେ ଲାଗିଥିବା ଲୁହା ପାଇପ୍‌‌, ରେଲିଂ ଆଦିକୁ ଖୋଲି ଦିଆଯାଇଥିଲା। ଯେ ହେତୁ ଆଗକୁ ସ୍ନାନ ପୂର୍ଣ୍ଣିମା ଆସୁଛି ତେଣୁ ପୁନର୍ବାର ଏହାକୁ ଫିଟିଙ୍ଗ କରାଯାଉଛି। ସେହିପରି ମଣ୍ଡପର ପଥରଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଯଦି କୌଣସି ପଥର ଖରାପ ଥାଏ ଆବଶ୍ୟକ ପଡ଼ିଲେ ତାହାକୁ ବଦଳାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.3 ° C
    13.3 °
    13.3 °
    40 %
    1.3kmh
    0 %
    Tue
    27 °
    Wed
    28 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ