Sunday, October 11, 2026
28.3 C
Odisha

    ଦୁଇବର୍ଷ ମଧ୍ୟରେ ରାଜଧାନୀରୁ ହଟିବ ଅଳିଆଗଦା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ୱରରେ ଆଉ ଅଳିଆ ଦେଖିବାକୁ ମିଳିବ ନାହିଁ। ଅଳିଆର ଉତ୍ପତିସ୍ଥଳରୁ ହିଁ ଅଳିଆକୁ ପୃଥକ କରାଯିବ। ଏହାପରେ ବିଭିନ୍ନ ଏମ୍‌‌ସିସି ଏବଂ ଏମ୍‌‌ଆରଏଫ୍‌‌ରେ ଏହି ଅଳିଆକୁ ପ୍ରକ୍ରିୟାକରଣ କରାଯିବ। ଏନେଇ ବିଏମ୍‌‌ସି ପକ୍ଷରୁ ଏକ ମାଷ୍ଟରପ୍ଲାନ୍‌‌ ପ୍ରସ୍ତୁତ କରାଯାଇଛି। ଏଥିରେ ପୃଥକୀକରଣକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି। ଅଳିଆ ପୃଥକୀକରଣ ନ ହେବା ଦ୍ୱାରା ପୃଥକୀକରଣ ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଅଣାଯାଉଛି। ଏଠାରେ ଅଳିଆଗଦା ସୃଷ୍ଟି ହେଉଛି। ଭୁବନେଶ୍ୱରରୁ ଦୈନିକ ମୋଟ୍‌‌ ୮୦୦ ଟନ୍‌‌ ଅଳିଆ ସଂଗ୍ରହ ହେଉଛି। ଏଥିରୁ ୩୫୦ମେଟ୍ରିକ୍‌‌ ଟନ୍‌‌ ଓଦା ଅଳିଆ ରହିଛି। ଅବଶିଷ୍ଟ ୪୫୦ ଟନ୍‌‌ ଶୁଖିଲା ଅଳିଆକୁ ଏମ୍‌‌ଆରଏଫ୍‌‌ରେ ପ୍ରେସେସିଂ କରାଯାଇ ପୁନଃ ବ୍ୟବହାର୍ଯ୍ୟ ପଦାର୍ଥରେ ପରିଣତ କରାଯାଉଛି। ହେଲେ ଓଦା ଶୁଖିଲା ଅଳିଆ ମିଶି ଯିବାରୁ ଏହି ମିଶ୍ରିତ ଅଳିଆକୁ ସିଧାସଳଖ ଏମ୍‌‌ଆର୍‌‌ଏଫ୍‌‌କୁ ପଠାଯାଉ ନାହିଁ। ଫଳରେ ଅଳିଆ ଗଦା ସୃଷ୍ଟି ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ