Sunday, September 13, 2026
23.5 C
Odisha

    ଭିଆଇପି ରେଳ ଲାଉଞ୍ଜ୍‌ରେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଲା ବିଛା‌

    ଆଗକୁ ପଢନ୍ତୁ

    ନୂଆଦିଳ୍ଲୀ: ଇଣ୍ଡିଆନ୍‌ ରେଲୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଭିଆଇପି ଏକ୍ଜିକ୍ୟୁଟିଭ୍ ଲାଉଞ୍ଜରେ ଦିଲ୍ଲୀର ଜଣେ ବ୍ୟକ୍ତି ତାଙ୍କ ଭୋଜନରେ ବିଛା ପାଇବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଖାଦ୍ୟରେ ବିଛା ବାହରିବା ପରେ ସେ ଏହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବା ପରେ ଏହି ଫଟୋଟି ଏବେ ଚାରିଆଡ଼େ ଘୂରି ବୁଲୁଛି।

    ଆର୍ଯ୍ୟାଶଂ ସିଂହ ନାମକ ଯାତ୍ରୀ ଜଣକ ଯେତେବେଳେ ଦେଖିବାକୁ ପାଇଲେ ଯେ ତାଙ୍କ ରାଇତାରେ ବିଛା ଭାସୁଛି ସେ କାଳ ବିଳମ୍ବ ନକରି ଏହି ପ୍ରସଙ୍ଗକୁ ସାର୍ବଜନୀନ କରିବାରେ ଲାଗି ପଡ଼ିଥିଲେ। ସେ ତତ୍‌କ୍ଷଣାତ ଏକ ଫଟୋ ଉଠାଇ ତାହାକୁ ତାଙ୍କ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ।

    ମାଇକ୍ରୋବ୍ଲଗିଂ ସାଇଟ୍‌ ‘ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ୍‌ରେ ଯାତ୍ରୀ ଜଣକ ଫଟୋ ସେୟାର୍‌ କରି ଭାରତୀୟ ରେଳବାଇକୁ ତାତ୍ସଲ୍ୟ କରି ଏକ ପୋଷ୍ଟ୍‌ ଲେଖିଛନ୍ତି। ‌ସେ ଲେଖିଛନ୍ତି କି ‘ଭାରତୀୟ ରେଳ ତା’ର ଖାଦ୍ୟର ଗୁଣବତ୍ତା ନିଶ୍ଚିତ ଭାବେ ବୃଦ୍ଧି କରିଛି। କାରଣ ରାଇତା ଏବେ ଅଧିକ ପ୍ରୋଟିନ୍‌ ସହିତ ପରସାଯାଇଛି।’

    ସେ ଆହୁରି ବି ଲେଖିଛନ୍ତି ଯେ “ଏହି ଘଟଣା ଆଇଆରସିଟିସି ଭିଆଇପି ଏକ୍ଜିକ୍ୟୁଟିଭ୍ ଲାଉଞ୍ଜ୍‌ରେ ଘଟିଛି, ତେଣୁ ଆପଣ ନିୟମିତ ଟ୍ରେନ୍ କିମ୍ବା ପାନ୍ଟ୍ରିର ଗୁଣବତ୍ତା କଳ୍ପନା କରିପାରୁଥି‌ବେ।’’

    ସେ ଏପରି ପୋଷ୍ଟ୍‌ କରି ଯାତ୍ରୀମାନଙ୍କୁ ଖାଦ୍ୟ ବରାଦ କରିବାକୁ ମନା କରିଛନ୍ତି। ସେ ସମସ୍ତଙ୍କୁ ନିଜ ନିଜର ଖାଦ୍ୟ ଦେଖିବାକୁ ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    97 %
    1.4kmh
    100 %
    Sat
    24 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ