Thursday, October 8, 2026
22.2 C
Odisha

    ୧୨ ବର୍ଷୀୟ ବାଳିକାକୁ ପ୍ରଲୋଭିତ କରି ନେଲେ ମହିଳା; ଦୁଷ୍କର୍ମ କଲେ ଚା ଦୋକାନୀ ଓ ୩ ନାବାଳକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜଣେ ୧୨ ବର୍ଷୀୟ ବାଳିକାକୁ ପ୍ରଲୋଭିତ କରି ଜଣେ ମହିଳା ଦିଲ୍ଲୀର ସଦର ବଜାର ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇଯିବା ପରେ ସେଠାରେ ତା’ ସହିତ ଜଣେ ବ୍ୟକ୍ତି ଓ ୩ଜଣ ବାଳକ ଦୁଷ୍କର୍ମ କରିଥିବା କଥା ଆଜି ପୁଲିସ କହିଛି।ପୁଲିସ କହିଛି, ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ନାବାଳକଙ୍କ ସମେତ ୫ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ମହିଳାଜଣକ ପୁରୁଣା ଦିଲ୍ଲୀର ସଦର ବଜାରରେ ଥିବା ସେ ବ୍ୟକ୍ତିଙ୍କ ଚା ଦୋକାନର ଗ୍ରାହକ। ୧୨, ୧୪ ଓ ୧୫ ବର୍ଷର ସେ ତିନି ବାଳକ ଚା ଦୋକାନରେ କାମ କରନ୍ତି। ନବବର୍ଷ ପାଳନ ପାଇଁ ଗୋଟାଏ ଝିଅ ଯୋଗାଡ଼ କରି ଦେବାକୁ ସେ ଅଞ୍ଚଳରୁ ଆବର୍ଜନା ସାଉଁଟୁ ଥିବା ଉକ୍ତ ମହିଳାଙ୍କୁ ଚା ଦୋକାନୀ କହିଥିଲେ। ରାତ୍ରୀଯାପନ ନିମନ୍ତେ ଅଭିଯୁକ୍ତ ଚା ଦୋକାନୀ ସେ ଅଞ୍ଚଳରେ ସିଲ୍‌ ହୋଇଥିବା ଗୋଟାଏ କୋଠା ଭିତରେ ପଲିଥିନ୍‌ରେ ଅସ୍ଥାୟୀ କୁଡ଼ିଆଟିଏ ବନାଇଥିଲେ। ପୁଲିସର ସନ୍ଦେହ ହେଉଛି ଯେ, ଝିଅଟିକୁ ସେମାନଙ୍କ ପାଖକୁ ଆଣିବା ପାଇଁ ଚା ଦୋକାନୀ ସେ ମହିଳାଙ୍କୁ କିଛି ଟଙ୍କା ଦେଇଥାଇ ପାରନ୍ତି।ତହିଁ ଆର ଦିନ ଆବର୍ଜନା ସାଉଁଟୁ ଥିବା ସେ ୧୨ ବର୍ଷୀୟ ଝିଅକୁ ମହିଳାଜଣକ ଭେଟିଲେ। କୁର୍ଶିଦ୍‌ ମାର୍କେଟ୍‌ର ଗୋଟାଏ କୋଠାଛାତ ଉପରୁ ଆବର୍ଜନା ସାଉଁଟି ଯିବାକୁ ଝିଅଟିକୁ କହିଲେ। ଝିଅଟି ସେ ଅଞ୍ଚଳରେ ପହଞ୍ଚିବା କ୍ଷଣି ଆଗରୁ ଅପେକ୍ଷା କରିଥିବା ୪ ଅଭିଯୁକ୍ତ ତାକୁ ଅସ୍ଥାୟୀ ପଲିଥିନ୍‌ କୁଡ଼ିଆ ଭିତରକୁ ଟେକି ନେଲେ। ସେଠାରେ ଜଣକ ପରେ ଜଣେ ତା’ ସହିତ ଦୁଷ୍କର୍ମ କଲେ। ତା’ପରେ ଧମକ ଦେଇ କହିଲେ, ଯଦି ଏକଥା କହାକୁ କହେ, ସେମାନେ ତାକୁ ମାରି ପକାଇବେ।

    ଝିଅଟି ଉତ୍ତରପଶ୍ଚିମ ଦିଲ୍ଲୀରେ ଥିବା ନିଜ ଘରକୁ ଫେରି ଦୁଇ ଦିନ ଚୁପ୍‌ ରହିଲା। ଜାନୁଆରି ୫ ତାରିଖ ଦିନ ସେ ଆବର୍ଜନା ସାଉଁଟିବାକୁ ସଦର ବଜାରକୁ ଯାଇ ସେ ଅଞ୍ଚଳରେ ଥିବା ତା’ର ସମ୍ପର୍କୀୟ ଭଉଣୀକୁ ଏ କଥା କହିଲା। ଭଉଣୀ ତା’ର ବାପାମାଆଙ୍କୁ ସବୁ କଥା ଜଣାଇବା ପରେ ସେମାନେ ଥାନାରେ ଅଭିଯୋଗ କଲେ।

    ପୀଡ଼ିତାଙ୍କ ଅଭିଯୋଗକ୍ରମେ ଥାନାରେ ଗଣଦୁଷ୍କର୍ମ ମାମଲା ରୁଜୁ କରାଗଲା ଓ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଗଲା ବୋଲି ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ