Tuesday, September 22, 2026
23.6 C
Odisha

    ପୋଲିସକୁ ଦୋଷ ଦେଲେ ମୃତ ସାମ୍ବାଦିକାଙ୍କ ପରିବାର , ଗଣମାଧ୍ୟମ ହାତରେ ଏଫଆଇଆର କପି

    ଆଗକୁ ପଢନ୍ତୁ

    ଗଣମାଧ୍ୟମ ହାତରେ ଲାଗିଛି ଏକ୍ସକ୍ଲୁସିଭ ଏଫଆଇଆର ରିପୋର୍ଟ। ମଧୁମିତାଙ୍କ ସ୍ୱାମୀଙ୍କ ସହ ପୋଲିସକୁ ଦାୟୀ କରିଛନ୍ତି ପରିବାର ଲୋକ। ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ତାଙ୍କ ପରିବାର। କନକ ନ୍ୟୁଜ ହାତରେ ଲାଗିଥିବା ଏକ୍ସକ୍ଲୁସିଭ ରିପୋର୍ଟ ଅନୁସାରେ ମୃତ୍ୟୁର ପୂର୍ବଦିନ ଧଉଳି ଥାନାରେ ଅଭିଯୋଗ କରିଥିଲେ ପରିବାର। ହେଲେ ପୁଲିସ ଆକ୍ସନ ନେବା ବଦଳରେ କରିଥିଲା ଆପୋଷ ବୁଝାମଣା। ସାମ୍ବାଦିକା ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ସ୍ୱାମୀ ଶ୍ରୀଧର ଜେନା। ପ୍ରଥମେ ଅଟକ ରଖି ପଚରାଉଚରା କରିବା ପରେ ଶ୍ରୀଧରର ଜେନାଙ୍କୁ ଗିରଫ କରିଛି ପୋଲିସ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ରୁଜୁ ହୋଇଛି ହତ୍ୟାକାଣ୍ଡ ମାମଲା। ଭାରତୀୟ ନ୍ୟାୟ ସଂହିତାର ଦଫା- ୮୦, ଯୌତୁକ ନିର୍ୟାତନା, ୧୦୮ – ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ୧୦୩ – ହତ୍ୟାକାଣ୍ଡ ଓ ୩+୫ – ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ମାମଲା ରୁଜୁ ହୋଇଛି। ଗତକାଲ ଟ୍ରେନରେ କଟି ଜୀବନ ହାରିଥିଲେ ୱେବ ସାମ୍ବାଦିକା ମଧୁମିତା ପରିଡା।

    ସୂଚନା ଅନୁସାରେ, ମଧୁମିତା ମାର୍ଚ୍ଚ ୧ତାରିଖରେ ବିବାହ କରିଥିଲେ। ୫ ବର୍ଷ ସମ୍ପର୍କରେ ରହିବା ପରେ ଏହି ବିବାହ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ମଧୁମିତା ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ସେ ଭିଡିଓରେ ଦର୍ଶାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.6 ° C
    23.6 °
    23.6 °
    96 %
    1.5kmh
    100 %
    Tue
    26 °
    Wed
    26 °
    Thu
    25 °
    Fri
    28 °
    Sat
    26 °

    ସମ୍ବନ୍ଧିତ