Sunday, September 27, 2026
24.7 C
Odisha

    ଉଦ୍‌ଘାଟନୀ ଦିବସ ପରେ ରାତି ୩ଟାରୁ ରାମଲଲାଙ୍କ ଦର୍ଶନ ପାଇଁ ଲାଗିଲା ଧାଡ଼ି

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଗତକାଲି ସମଗ୍ର ଦେଶର ଭକ୍ତମାନଙ୍କ ପାଇଁ ଏକ ଐତିହାସିକ ମୁହୁର୍ତ୍ତ ଥିଲା, ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର  ଜାନୁଆର ୨୩ (ଆଜି) ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଦୈନିକ ଦୁଇଟି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ଏବଂ ତା’ପରେ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ମଧ୍ୟରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ।

    ଆଜି ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ ସକାରେ ମନ୍ଦିରରେ ନାହିଁନଥିବା ଲୋକ ଭିଡ଼। ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ୫୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ ସୋମବାର ଉତ୍ସବର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

    ଶୀତଦିନରେ ମଧ୍ୟ ମନ୍ଦିର ପରିସର ବାହାରେ ଭକ୍ତଙ୍କ ଏକ ବିଶାଳ ଧାଡ଼ି ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ରାମଲଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ରାତି ୩ଟାରେ ଭିଡ଼ ଜମାଇଛନ୍ତି। ଆଗାମୀ ଦିନରେ ଏହି ମନ୍ଦିର ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

    ‘ପ୍ରାଣ ପ୍ରତିଷ୍ଠା’ ସମାରୋହରେ ଅଂଶଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିମାକୁ ଉତ୍ସର୍ଗ କରିବା ଏକ ନୂତନ ଯୁଗର ଆଗମନକୁ ଚିହ୍ନିତ କରିଛି।
    ସମାଲୋଚକମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟରେ ମୋଦୀ ଆହୁରି ବି କହିଛନ୍ତି ଯେ ‘‘କିଛି ଲୋକ କହୁଥିଲେ ଯେ ରାମ ମାନ୍ଦିର ନିର୍ମାଣ ଦେଶରେ ନିଆଁ ଲଗାଇବ। କିନ୍ତୁ ମୁଁ କହିଦଉଛି ଯେ ରାମ ଅଗ୍ନି ନୁହେଁ; ଶକ୍ତି, ରାମ ବିବାଦ ନୁହେଁ; ସମାଧାନ, ରାମ କେବଳ ଆମର ନୁହେଁ; ସମସ୍ତଙ୍କର ଏବଂ ରାମ କେବଳ ବର୍ତ୍ତମାନ ନୁହେଁ; ଅନନ୍ତ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ