Friday, March 29, 2024
39.4 C
Odisha

    ଧୋନୀଙ୍କୁ ଠକିଦେଲେ ଘନିଷ୍ଠ ବନ୍ଧୁ, ୧୫ କୋଟିର କ୍ଷତି ପାଇଁ କଲେ କେସ୍

    ଆଗକୁ ପଢନ୍ତୁ

    ଠକାମୀର ଶିକାର ହେଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ନିଜର ଅତି ଘନିଷ୍ଠ ବନ୍ଧୁ ଧୋନୀଙ୍କୁ ଠକିଛନ୍ତି । ଯେଉଁଥିପାଇଁ ଆରକା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିବାକର ଓ ସୌମ୍ୟା ବିଶ୍ୱାସଙ୍କ ନାଁରେ ରାଞ୍ଚି କୋର୍ଟରେ ଅପରାଧିକ ମାମଲା ରୁଜୁ କରିଛନ୍ତି ଧୋନୀ । ଧୋନୀଙ୍କର ଅତି ଘନିଷ୍ଠ ବନ୍ଧୁ ଭାବେ ମିହିର ଦିବାକର ଜଣାଶୁଣା । ଏପରିକି ମିହିରି ହେଉଛନ୍ତି ଧୋନୀଙ୍କର ବ୍ୟବସାୟିକ ବନ୍ଧୁ । ମିହିରଙ୍କ ସହ ଧୋନୀଙ୍କର ଅନେକ ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ ।ମିହିର ଦିବାକର ବିଶ୍ୱର ବିଭିନ୍ନ ସ୍ଥାନରେ କ୍ରିକେଟ ଏକାଡେମୀ ଖୋଲିବାକୁ ୨୦୧୭ ମସିହାରେ ଧୋନୀଙ୍କ ସହ ଚୁକ୍ତି କରିଥିଲେ । କିନ୍ତୁ ଚୁକ୍ତିରେ ଥିବା ସର୍ତ୍ତକୁ ପରବର୍ତ୍ତୀ ସମୟରେ ପାଳନ କରିନଥିଲେ ମିହିର । ପରେ ୨୦୨୧ରେ ଧୋନୀ ନିଜର ଅଥରିଟି ଲେଟର ଆରକା ସ୍ପୋର୍ଟ୍ସ ଠାରୁ ଫେରସ୍ତ ନେଇଥିଲେ । ଏହାପରେ ଚୁକ୍ତି ଖିଲାପ ପାିଁ ମିହିରଙ୍କୁ ଅନେକ ନୋଟିସ ପଠାଇଥିଲେ ମଧ୍ୟ ଏହାର ଉତ୍ତର ଦେଇନଥିଲେ ମିହିର । ପରେ ଧୋନୀଙ୍କ ଓକିଲ ଦୟାନନ୍ଦ ସିଂ କହିଥିଲେ, ଆରକା ସ୍ପୋର୍ଟ୍ସ ଧୋନୀଙ୍କ ସହ ଠକାମୀ କରିଛି । ଯେଉଁଥିପାଇଁ ଧୋନୀଙ୍କର ୧୫ କୋଟି ଟଙ୍କାର କ୍ଷତି ହୋଇଛି । ଯାହାକୁ ନେଇ ମିହିରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଛନ୍ତି ଧୋନୀ ।ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନୀଙ୍କୁ ଆସନ୍ତା ଆଇପିଏଲରେ ଖେଳୁଥିବାର ଦେଖିବାକୁ ମିଳିବ । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଥିବା ଧୋନୀ ପୁଣିଥରେ ଦଳକୁ ଟାଇଟଲ ବିଜୟୀ କରାଇବାକୁ ମୈଦାନକୁ ଓହ୍ଲାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.4 ° C
    39.4 °
    39.4 °
    15 %
    3.6kmh
    3 %
    Fri
    39 °
    Sat
    41 °
    Sun
    40 °
    Mon
    40 °
    Tue
    42 °

    ସମ୍ବନ୍ଧିତ