Tuesday, November 12, 2024
20.4 C
Odisha

    ନୂଆ Lookରେ ଧୋନି : ଟି-୨୦ ବିଶ୍ୱକପରେ ଆସିଲେ ନଜର

    ଆଗକୁ ପଢନ୍ତୁ

    ଆଇପିଏଲ ପ୍ଲେ-ଅଫରୁ ଚେନ୍ନାଇ ସୁପର କିଙ୍ଗସ ବାଦ୍ ପଡ଼ିବା ପରେ ସତେ ଯେମିତି କେଉଁଆଡ଼େ ହଜି ଯାଇଛନ୍ତି ଏମ.ଏସ ଧୋନୀ । ସେବେଠାରୁ ତାଙ୍କ ଦେଖା ବି ମିଳୁନାହିଁ । ଚେନ୍ନାଇର ପରାଜୟ ଧୋନୀଙ୍କୁ ଖୁବ ଆଘାତ ଦେଇଥିବା ବେଳେ ତାଙ୍କର କୌଣସି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିନାହିଁ । ସେପଟେ ବର୍ତ୍ତମାନ ଟି-୨୦ ବିଶ୍ୱକପ ଜାରି ରହିଥିବା ବେଳେ ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି ମାହି । ଏକ ନୂଆ ଲୁକରେ ଧୋନୀଙ୍କୁ ଦେଖିବାକୁ ମିଳିଛି ।ଧୋନୀ ଆମେରିକା-ୱେଷ୍ଟଇଣ୍ଡିଜରେ ଚାଲୁଥିବା ଆଇସିସି ଟି-୨୦ ବିଶ୍ୱକପ ୨୦୨୪ର ମଜା ନେଉଥିବା ନଜର ଆସିଛନ୍ତି । ବାସ୍ତବରେ ସେ ଆମେରିକା ବନାମ ପାକିସ୍ତାନ ମୁକାବିଲା ଚାଲିଥିବା ବେଳେ ଡଲ୍ଲାସ ଷ୍ଟାଡିୟମରେ ଉପସ୍ଥିତ ଥିବା ଦେଖାଯାଇଛି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେ ନିଜ ବେଶ ବଦଳାଇ ସେଠାରେ ବସି ମ୍ୟାଚ ଦେଖୁଥିଲେ । କିନ୍ତୁ ଚକିତକର ଏହା ଥିଲା କି, ଫ୍ୟାନ୍ସ ତାଙ୍କୁ ଚିହ୍ନିପାରିନଥିଲେ । କାରଣ ମୁସଲମାନଙ୍କ ପରି ଦାଢି ରଖି ଧଳା ପୋଷାକ ପରିଧାନ କରିଥିଲେ । ତାଙ୍କୁ ଦଖିଲେ ସେ ପୁାର ମୁସଲାମାନ ଲୋକପରି ଦିଶୁଥିଲେ ବୋଲି ଲୋକେ କହିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
    ଧୋନୀଙ୍କ ଏମିତି ବେଶ ଉପରେ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ ବି ଦେଉଛନ୍ତି । ଦେଖନ୍ତୁ ଏ ଫଟୋକୁ । ଏ ଫଟୋଟି ପୁରା ଧୋନୀଙ୍କ ପରି ଲାଗୁଛି । କିନ୍ତୁ ଏହି ଫଟୋ ଭାରତୀୟ ଟିମର ପୂର୍ବ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ମୁହଁ ସହ ମିଶି ଯାଉଛି । ଏହି ପାକିସ୍ତାନୀ ଫ୍ୟାନ ଜଣଖ ଧଳା ପୋଷାକ ପିନ୍ଧିଥିଲେ । ଏବଂ ତାଙ୍କର ଲମ୍ବା ଦାଢି ଥିଲା । ଯଦିଓ ଏହା ଅଫିସିଆଲ ଭାବେ ସ୍ପଷ୍ଟ ହୋଇପାରିନାହିଁ କି, ସେହି ଗହଳି ଭିତରେ ଯେଉଁ ବ୍ୟକ୍ତି ବସିଥିଲେ ବାସ୍ତବରେ ସେ ଧୋନୀ ଥିଲେ ଯ୍ଖଶ ବିଶ୍ୱ କପର ଆନନ୍ଦ ନେବାକୁ ସେଠାରେ ପହଂଚିଥିଲେ ନା ଇଏ ଜଣେ ପାକିସ୍ତାନୀ ଫ୍ୟାନ । ଏହି ଫଟୋକୁ ନେଇ ଏବେ ତ ବିଭିନ୍ନ ପ୍ରକାର ଆଲୋଚନା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.4 ° C
    20.4 °
    20.4 °
    74 %
    1.2kmh
    25 %
    Mon
    20 °
    Tue
    29 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ