Thursday, October 1, 2026
23.4 C
Odisha

    ହୀରାକୁଦରେ ବ୍ୟାପିଲା ଝାଡ଼ାବାନ୍ତି: ଭିମସାରରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ହୀରାକୁଦ: ସମ୍ବଲପୁର ଜିଲ୍ଲା ହୀରାକୁଦରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ହୀରାକୁଦ ମେଡିକାଲରେ ଚିକିତ୍ସତ ହେଉଛନ୍ତି। ଗତକାଲି ୪୨ଜଣ ହୀରାକୁଦ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସେମାନଙ୍କ ମଧ୍ୟରୁ କେତେକ ଗୁରୁତରଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ଜଣେ ରୋଗୀଙ୍କର ପ୍ରାଣହାନି ଘଟିଛି।ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଡାଇରିଆ ବ୍ୟାପିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା କରିଛି। ହୀରାକୁଦ ସହରର ଗୁରୁଦ୍ୱାରାପଡ଼ା, ଗୌଡ଼ପଡ଼ା,କାଲୋପଡ଼ା, ନ୍ୟୁ ମାର୍କେଟ କଲୋନି, ମାଛପଡ଼ାରେ ସଂକ୍ରମଣ ବଢ଼ିଚାଲିଛି। ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପାଣିକୁ ବିଶୁଦ୍ଧ କରାଯାଉନାହିଁ,ଯାହା ଫଳରେ ସଂକ୍ରମଣ ବ୍ୟାପୁଛି। ୪ଟି ସ୍ଥାନରୁ ପାନୀୟ ଜଳ ନମୂନ ସଂଗ୍ରହ କରାଯାଇଛି। ଏବେ ଘର ଘର ବୁଲି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.4 ° C
    23.4 °
    23.4 °
    85 %
    1.4kmh
    72 %
    Wed
    23 °
    Thu
    30 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ