Saturday, May 18, 2024
29.4 C
Odisha

    ଆଜି ଦିଲ୍ଲୀରେ ବସୁଛି ବିଜେପିର ତୃତୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

    ଆଗକୁ ପଢନ୍ତୁ

    ଆଜି ସଂଧ୍ୟାରେ ଦିଲ୍ଲୀରେ ବସୁଛି ବିଜେପିର ତୃତୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଆଜିର ବୈଠକରେ ଓଡ଼ିଶାର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇପାରେ । ଏଥିପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ଓଡ଼ିଶାର କିଛି ଲୋକସଭା ପ୍ରାର୍ଥୀଙ୍କ ନାଁ ଆଜି ଚୁଡ଼ାନ୍ତ ହୋଇପାରେ ।ଓଡ଼ିଶା ସମତେ ୯ରୁ ଅଧିକ ରାଜ୍ୟର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ପଞ୍ଜାବ, ମହାରାଷ୍ଟ୍ର, ହରିୟାଣା ପ୍ରାର୍ଥୀଙ୍କ ନାଁ ଆସିପାରେ । ସେହିପରି ଉତରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ବିହାରର ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ଆଜି ବସୁଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ସାମିଲ ହେବେ । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଓଡ଼ିଶା ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଆସିବ ବୋଲି କୁହାଯାଇଛି । କାରଣ ଦୁଇଟି ଯାକ ସିଇସି ବୈଠକ ପରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ରହିନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    51 %
    0.8kmh
    99 %
    Sat
    28 °
    Sun
    40 °
    Mon
    41 °
    Tue
    41 °
    Wed
    39 °

    ସମ୍ବନ୍ଧିତ