Monday, March 23, 2026
24.7 C
Odisha

    ରାଉରକେଲାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ଦିଲ୍ଲୀପ ରାୟ: ଜୁଏଲ ଓରାମ

    ଆଗକୁ ପଢନ୍ତୁ

    ଭୁ‌ବନେଶ୍ବର: ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି। ଦଳୀୟ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ସାଂସଦ ଜୁଏଲ ଓରାମ ଏନେଇ ଇସାରା ଦେଇଛନ୍ତି। ସେ କହିଛନ୍ତି, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀ ଘୋଷଣା ହୋଇପାରେ। ଏବେ ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି। ତେଣୁ ତାଙ୍କୁ ଟିକେଟ୍‌ ମିଳିପାରେ। ତଳସରା ନିର୍ବାଚନ ମଣ୍ଡଳିର ସବଡେଗାରେ ନିର୍ବାଚନୀ ପ୍ରଚାର ବେଳେ ସାଂସଦ ଶ୍ରୀ ଓରାମ କହିଛନ୍ତି, ଦିଲ୍ଲୀପ ନିର୍ବାଚନ ଲଢିବା ନେଇ ଦିଲ୍ଲୀ ହାଇକୋର୍ଟ ସବୁଜ ସଙ୍କେତ ଦେଇ ସାରିଛନ୍ତି। ତେଣୁ ସେ ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ। ସୂଚନାଯୋଗ୍ୟ, ଦିଲ୍ଲୀପ ରାୟ ୨୦୧୮ରେ ବିଜେପି ଛାଡ଼ିଥିଲେ। ଏହି ସମୟରେ ସେ ବିଜେପିର ରାଉରକେଲା ବିଧାୟକ ଥିଲେ। ୧୯୯୯ ମସିହାରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ସେ କୋଇଲା ଦୁର୍ନୀତି ମାମଲାରେ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ସେ କୋର୍ଟର ଦ୍ୱାରସ୍ଥ ହୋଇ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ ଲଗାଇବା ସହ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ପାଇବାରେ ସଫଳ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ