Tuesday, September 22, 2026
25.2 C
Odisha

    କମାଲ କରିଦେଲା ସନ୍ଧାନୀ କୁକୁର: ଖୋଜିଦେଲା ୧.୭ କୋଟି ଟଙ୍କା

    ଆଗକୁ ପଢନ୍ତୁ

    ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଜିଲ୍ଲାରେ ଏକ ସନ୍ଧାନୀ କୁକୁର କମାଲ କରିଦେଇଛି | ଜଣେ ଚାଷୀଙ୍କ ଚୋରି ଟଙ୍କା ମିଳିବାରେ କୁକୁରଟି ଉଲ୍ଲେଖନୀୟ କାର୍ଯ୍ୟ କରିଥିଲା | ଏହି ସନ୍ଧାନୀ କୁକୁର ୧.୦୭ କୋଟି ଟଙ୍କା ଚୋରି ମାମଲାର ସମାଧାନ କରିବାରେ ସାହାଯ୍ୟ କରିଥିଲା, ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ପେନି ନାମକ ଡୋବର୍ମନ କୁକୁରର ସହାୟତାରେ ଜିଲ୍ଲା ପୁଲିସ ଗୁରୁବାର ଅଭିଯୁକ୍ତଙ୍କୁ ଧରି ଅକ୍ଟୋବର ୧୨ ରେ ସେମାନଙ୍କଠାରୁ ଚୋରି ହୋଇଥିବା ସମସ୍ତ ଟଙ୍କା ଜବତ କରିଛି ବୋଲି ଅଧିକାରୀ କହିଛନ୍ତି। ପେନିର ଏହି କାମକୁ ନେଇ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ମଧ୍ୟ ଟ୍ୱିଟ୍ କରିଛନ୍ତି।
    ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏକ ଚୋରି ଘଟଣାରେ ଧୋଲକା ଅଂଚଳର ସରଗୱାଲା ଗାଁର ବାସିନ୍ଦା ବୁଦ୍ଧ ସୋଲାଙ୍କି ଏବଂ ତାଙ୍କ ସହଯୋଗୀ ବିକ୍ରମ ସୋଲାଙ୍କିଙ୍କୁ ପୁଲିସ ଗିରଫ କରିଛି। ବାସ୍ତବରେ ଜଣେ ୫୨ ବର୍ଷୀୟ କୃଷକ ତାଙ୍କର ଏକ ପ୍ଲଟ ବିକ୍ରି କରି ରାତାରାତି କୋଟିପତି ହୋଇଥିଲେ। ଏହି ଜମି କାରବାରରେ ଚାଷୀଙ୍କୁ ୧.୦୭ କୋଟି ଟଙ୍କା ମିଳିଥିଲା । ସେ ଅକ୍ଟୋବର ୧୨ରେ ଅନ୍ୟ ଏକ ଗ୍ରାମକୁ ଯାଇଥିଲେ |

    ଏହାର ସୁଯୋଗ ନେଇ ରାତିରେ କିଛି ଲୋକ ଘରେ ପଶି ଟଙ୍କା ଲୁଟିନେଇଥିଲେ | ଏନେଇ ପରଦିନ ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପୁଲିସକୁ ଚାଷୀ ଜଣକ ସୂଚନା ଦେଇଥିଲେ | ଏହାପରେ ପୁଲିସ ପେନି ସନ୍ଧାନୀ କୁକୁରକୁ ନେଇ ଚୋରମାନଙ୍କ ଗତିବିଧି ଅନୁସନ୍ଧାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ସନ୍ଧାନୀ କୁକୁର ଖୋଜି ଖୋଜି ଅଭିଯୁକ୍ତ ଘରେ ପହଁଚିଯାଇଥିଲା | ପୁଲିସ ସେମାନଙ୍କ ଘରୁ ଟଙ୍କା ଜବତ କରିବା ସହ ଗିରଫ କରିଥିଲା |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.2 ° C
    25.2 °
    25.2 °
    96 %
    1.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ