Thursday, April 30, 2026
29.3 C
Odisha

    ଜଟାୟୁକୁ ‌ଦେଖି ଥରିଲା ଡ୍ରାଗନ୍: ଲାକ୍ଷାଦ୍ବୀପରେ ଭାରତୀୟ ନୌସେନା, ବଢ଼ିଲା ଚୀନର ଚିନ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ଇତିମଧ୍ୟରେ ଜଳ,ସ୍ଥଳ,ଆକାଶ ପ୍ରତିରକ୍ଷା କ୍ଷେତ୍ରରେ କ୍ରମଶଃ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି। ଏହି ମର୍ମରେ ଭାରତୀୟ ନୌସେନା ଲାକ୍ଷାଦ୍ବୀପରେ ନୂଆ ଶୁଭାରମ୍ଭ ବୁଧବାର ଦିନ କରିଛି। ନୌସେନା ପକ୍ଷରୁ ଲାକ୍ଷାଦ୍ବୀପର ମିନିକଏରେ ଆଇଏନଏସ ଜଟାୟୁ ମାଧ୍ୟମରେ ନିଜର ଏକ ଛୋଟ ବାହିନୀଙ୍କୁ ମୁତୟନ କରିଛି। ଭାରତର ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାକୁ ନେଇ ଚୀନର ଚିନ୍ତା ବଢ଼ିବାରେ ଲାଗିଛି। ଆଇଏନଏସ ଜଟାୟ୍ରୁ ହେଉଛି ଭାରତୀୟ ନୌସେନାର ଦ୍ବିତୀୟ ସାମରିକ‌ କ୍ଷେତ୍ର। ଏହା ପୂର୍ବରୁ କରବତୀ ଦ୍ବୀପରେ ନୌସେନାର ଦ୍ବୀପରକ୍ଷକକୁ ମୁତୟନ କରାଯାଇ ସାରିଛି। ମିନିକଏରେ ନୌସେନାର ସାମରିକ ବେସ୍ ୧୯୮୦ରେ କରାଯାଇଥିଲା। ମିନିକଏ ଲାକ୍ଷାଦ୍ବୀପର ଦକ୍ଷିଣରେ ଥିବା ଏକ ଦ୍ବୀପ। ଲାକ୍ଷାଦ୍ବୀପରେ ସାମରିକ ବେସ୍ ସ୍ଥାପନ ଦ୍ବାରା ଆରବ ସାଗରରେ ବିଭିନ୍ନ ଜାହାଜର ଗତିବିଧି ଉପରେ କଡ଼ା ନଜର ରଖିବା ସହଜ ହେବ। ଏହା ଦ୍ବାରା ପଶ୍ଚିମ ଆରବ ସାଗରରେ ସାମୁଦ୍ରିକ ଡକାୟତି ଏବଂ ନିଶାଦ୍ରବ୍ୟ ଚୋରା କାରବାର ବିରୋଧରେ ଅପରେସନ ପରିଚାଳନା କରିବା ସହଜ ହେବ। ରିପ‌ୋର୍ଟ ଅନୁସାରେ ନୌସେନା ପକ୍ଷରୁ ମିନିକଏ, କବରତି, ଅଗତି ଏବଂ ଏଣ୍ଡ୍ରୋଥ୍ ଦ୍ବୀପରେ ନିଜର ସାମରିକ ସ୍ଥିତିକୁ ଅପଗ୍ରେଡ୍ କରିବା କାର୍ଯ୍ୟ କରାଯାଉଛି।
    ମିନିକଏ ଦ୍ବୀପ ମଲକ୍କା ଷ୍ଟ୍ରିଟ୍ ନିକଟରେ ରହିଛି। ମଲକ୍କା ଷ୍ଟ୍ରିଟ୍ ଶିପିଂ ମାର୍ଗ ଭାବେ ବିଶ୍ବରେ ସ୍ବତନ୍ତ୍ର ପରିଚିତି ହାସଲ କରି ପାରିଛି। ଏହି ମାର୍ଗ ଦେଇ ବିଭିନ୍ନ ଜାହାଜ ଯାତାୟତ କରିଥାଏ।

    ଭାରତୀୟ ନୌସେନାର ଯୋଜନା ନେଇ ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ କଡ଼ା ସମାଲୋଚନା କରିଛି। ଏହି ଖବର କାଗଜ କହିଛି ଭାରତ ମହାସାଗରରେ ଭାରତ ପକ୍ଷରୁ ଲଗାତାର ନିଜର ଉପସ୍ଥିତି ବୃଦ୍ଧି କରାଯାଉଛି। ଏହା ଠିକ୍ ନୁହେଁ। ଭାରତ ଏଭଳି କରି ମାଳଦ୍ବୀପ ଏବଂ ଚୀନର ସହଯୋଗକୁ ପ୍ରଭାବିତ କରିବାକୁ ଯୋଜନା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.3 ° C
    29.3 °
    29.3 °
    35 %
    1.8kmh
    35 %
    Thu
    43 °
    Fri
    41 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ