Friday, October 18, 2024
25 C
Odisha

    ଖାଲି ପେଟରେ ପିଅନ୍ତୁ ଏହି ଡ୍ରିଙ୍କସ୍, ଓଜନ କମ କରିବାରେ ମିଳିବ ସାହାଯ୍ୟ

    ଆଗକୁ ପଢନ୍ତୁ

    ସକାଳର ଆରମ୍ଭ ସକରାତ୍ମକତା ଚିନ୍ତାଧାରା ଠୁ ଆରମ୍ଭ କରି ଭଲ ପୋଷକ ତତ୍ବରେ ଭରା ଥିବା ଖାଦ୍ୟରୁ କରିବା ଭଲ ହୋଇଥାଏ । ଏଥିପାଇଁ ପ୍ରତିଦିନର ଆରମ୍ଭ ହେଲଦି ଡାଏଟରୁ ଆରମ୍ଭ କରନ୍ତୁ । ଡ୍ରାଏ ଫ୍ରୁଟ୍ସ ସହିତ ଡ୍ରାଏ ଫ୍ରୁଟ୍ସର ଡ୍ରିଙ୍କସ୍ ବି ସ୍ବାସ୍ଥ ପାଇଁ ଲାଭଦାୟକ ହୋଇଥାଏ ।  କିସମିସ ଏମିତି ଏକ ଡ୍ରାଏଫ୍ରୁଟ୍ ଯାହା ଆପଣଙ୍କ ସ୍ବାସ୍ଥ୍ୟର ଅନେକ ସମସ୍ୟାକୁ ଦୂର କରିଥାଏ ।  କିସମିସ ପାଣିରେ ଥିବା ଅନେକ ଉପାଦାନ ଆପଣଙ୍କ ଓଜନ କମାଇବାରେ ବହୁତ ସାହାଯ୍ୟ କରିବ । ଯଦି ଆପଣ ଠିକ୍ ଭାବରେ ଏହି ଡ୍ରାଏ ଫ୍ରୁଟର ପାଣିକୁ ଡାଏଟରେ ସାମିଲ କରିବେ ତେବେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିବ ।

    କିସମିସ ପାଣି ପଇବାର ସଠିକ୍ ଉପାୟ:

    ଆୟୁର୍ବେଦ ଅନୁସାରେ କିସମିସ୍ ପାଣିକୁ ସକାଳେ ଖାଲି ପେଟରେ ପିଅନ୍ତୁ ।  ଏଥିପାଇଁ ଆପଣ ରାତିରେ ଏକ ପାତ୍ରରେ କିସମିସ ଓ ପାଣିକୁ ଭିଜାଇ ଦିଅନ୍ତୁ । ପରଦିନ ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ । ଏକ ମାସ ପର୍ଯ୍ୟନ୍ତ ଏହାକୁ ନିୟମିତ ଭାବେ ସେବନ କଲେ ଆପଣ ଏହାର ପ୍ରଭାବ ଜାଣିପାରିବେ ।

    କିସମିସ ପାଣିର ଲାଭ:

    ମୋଟାପଣରୁ ରକ୍ଷା ପାଇବା ପାଇଁ କିମ୍ବା ଓଜନକୁ କଣ୍ଟ୍ରୋଲ କରିବା ପାଇଁ କିସମିସ ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିସମିସ ପାଣି ସେବନ କରି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଅନେକାଂଶରେ ଠିକ୍ କରିପାରିବେ । ଏହା ବ୍ୟତୀତ ସକାଳେ କିସମିସ ପାଣି ପିଇବା ଦ୍ବାରା ଆପଣଙ୍କ ହାଡ଼ ମଜବୁତ ହେବ । ହ୍‌ଦୟ ସମ୍ବନ୍ଧୀୟ ସମସ୍ୟାରେ କିସମିସ ପାଣି ଏକ ଭଲ ଉପଚାର ।

    କିସମିସ୍ ପାଣି ପିଇବା ଦ୍ବାରା ଆପଣଙ୍କ ଇମ୍ୟୁନିଟି ପାୱାର ମଜବୁତ ହେବ । କହି ରଖିବାକୁ ଚାହିଁବୁ କି କିସମିସରେ କ୍ୟାଲସିୟମ, ଆଇରନ୍, ଫାଇବର, ପୋଟାସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ସମେତ ପୋଷକ ତତ୍ବ ଭଲ ମାତ୍ରାରେ ରହିଥାଏ । ଏହି କାରଣରୁ କିସମିସ ଏବଂ ଏହାର ପାଣି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ