Wednesday, September 30, 2026
22.7 C
Odisha

    ପିଲାଙ୍କୁ ‘ହୁ‘ ଦ୍ବାରା ଅନୁମୋଦିତ ଓଆର୍‌ଏସ୍‌ ଦିଅନ୍ତୁ; ମନ ଇଛା ଚିନି-ଲୁଣ ପାଣି ହୋଇପାରେ କ୍ଷତିକାରଣ: ରିପୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଯେହେତୁ ଭାରତ ପ୍ରବଳ ଉତ୍ତାପ ଦେଇ ଗତି କରୁଛି, ବିଶେଷ କରି ପିଲାମାନଙ୍କ ମଧ୍ୟରେ ଜଳୀୟ ଅଂଶର ଅଭାବ ରୋକିବା ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ଉଚ୍ଚ ତାପମାତ୍ରାର ହେତୁ ଡାଇରିଆ ପରି ସ୍ୱାସ୍ଥ୍ୟଗତ ସମସ୍ୟା ଅତି ସାଧାରଣ କଥା। ଏଥିପାଇଁ ଗରମରୁ ରକ୍ଷା ପାଇବାକୁ ପିଲାମାନଙ୍କୁ ଅଧିକରୁ ଅଧିକ ପାନୀୟ ଦେବା ଉଚିତ ବୋଲି ଡାକ୍ତରମାନେ କହୁଛନ୍ତି।ଭାରତରେ ଶିଶୁ ମୃତ୍ୟୁର ତୃତୀୟ ପ୍ରମୁଖ କାରଣ ହେଉଛି ଡାଇରିଆ। ଓରାଲ୍ ରିହାଇଡ୍ରେସନ୍ ସଲ୍‌ଟ (ଓଆର୍‌ଏସ୍‌) ର ମହତ୍ତ୍ବ ଆମେ ଆଗରୁ ଜାଣନ୍ତି। ଯାହାକି ଡାଇରିଆ ପରି ସମସ୍ୟାକୁ ସହଜରେ ରୋକିପାରେ।

    ସମ୍ପ୍ରତି ଏନ୍‌ଏଫ୍‌ଏଚ୍‌ଏସ୍‌-୫ ତଥ୍ୟ ଅନୁଯାୟୀ କେବଳ ୬୦.୬% ପିଲା ଏହି ଜରୁରୀ ଚିକିତ୍ସା ଗ୍ରହଣ କରନ୍ତି। ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ନିଓନାଟୋଲୋଜିର ବରିଷ୍ଠ ପରାମର୍ଶଦାତା ଡକ୍ଟର ପଙ୍କଜ ଗର୍ଗ ପିଲାମାନଙ୍କଠାରେ ଡିହାଇଡ୍ରେସନ୍ (ଜଳୀୟ ଅଂଶ କମିଯିବା) ଏବଂ ଡାଇରିଆ ପରିଚାଳନାରେ ଓଆର୍‌ଏସ୍‌ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ତେବେ କିଛି ଲୋକ ଘରେ ଚିନି ଓ ଲୁଣ ମିଶ୍ରିତ ପ‌ାଣି ପିଲାମାନଙ୍କୁ ପିଇବାକୁ ଦେଇଥାନ୍ତି। ତେବେ ମିଶ୍ରଣର ଭାଗମାପ ଉଚିତ ପରିମାଣର ନହେଲେ ତାହା ସାଂଘାତିକ ହୋଇପାରେ।

    ଡକ୍ଟର ଗର୍ଗ କହିଛନ୍ତି, “ଡାଇରିଆରେ ଦ୍ରୁତ ବେଗରେ ତରଳ ପଦାର୍ଥ ହ୍ରାସ ଏବଂ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ, ଡିହାଇଡ୍ରେସନର କାରଣ ହୋଇଥାଏ। ଶରୀରରୁ କମି ଯାଇଥିବା ଜଳୀୟ ଅଂଶ ଏବଂ ଇଲେକ୍ଟ୍ରୋଲାଇଟ୍ ପୂର୍ଣ୍ଣ କରିବା, ଜଟିଳତାକୁ ରୋକିବା ଏବଂ ଛୋଟ ପିଲାମାନଙ୍କ ଶୀଘ୍ର ପୁନରୁଦ୍ଧାରକୁ ପ୍ରୋତ୍ସାହିତ କରିବା ପାଇଁ ଓଆର୍‌ଏସ୍‌ ଏକ ସରଳ ଓ ଅତ୍ୟନ୍ତ ପ୍ରଭାବଶାଳୀ ସମାଧାନ ଅଟେ।”

    ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ଓଆର୍‌ଏସ୍‌କୁ ଅନୁମୋଦନ ଦେଇଛି। ତେବେ ଯେଉଁ ଓଆର୍‌ଏସ୍‌କୁ ହୁ ଅନୁମୋଦନ ଦେଇଥିବ ସେହି ପ୍ୟାକେଟ୍‌ ଉପରେ ‘ହୁ’ ଲେଖା ଆଗକୁ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ