Wednesday, February 4, 2026
18.8 C
Odisha

    ସମୁଦ୍ର ମଝିରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା

    ଆଗକୁ ପଢନ୍ତୁ

    ଭାରତ ମହାସାଗରରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଜାହାଜ ଏମଭି କେମ୍ ପ୍ଲୁଟୋ ଉପରେ ଆକ୍ରମଣ ନେଇ ବଡ଼ ଦାବି କରିଛି ଆମେରିକାର ପ୍ରତିରକ୍ଷା ବିଭାଗ । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା ପଛରେ ଇରାନର ହାତ ଥିବା କହିଛି ଆମେରିକା । ୟେମେନି ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏବଂ ଇରାନରୁ ଏହି ଡ୍ରୋନକୁ ଲଞ୍ଚ କରାଯାଇଥିବା ପେଣ୍ଟାଗନ କହିଛି ।

    ଏହି ଡ୍ରୋନ ଆକ୍ରମଣ ପରେ ବିସ୍ଫୋରଣ ହେବା ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । କିନ୍ତୁ ଏଥିରେ କାହାର ମୃତ୍ୟୁ ହୋଇନାହିଁ । ଗୁଜରାଟର ପୋର ବନ୍ଦର ଠାରୁ ୨୧୭ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଛି । ଜାହାଜଟି ଅଶୌଧିତ ତୈଳ ନେଇ ମାଙ୍ଗାଲୁରୁ ଅଭିମୁଖେ ଆସୁଥିଲା । ଡ୍ରୋନ ଆକ୍ରମଣରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି । ପେଂଟାଗନର ସୂଚନା ଅନୁସାରେ ୨୦୨୧ ପରେ ବାଣିଜ୍ୟିକ ଜାହାଜ ଉପରେ ଇରାନର ସପ୍ତମ ଆକ୍ରମଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.8 ° C
    18.8 °
    18.8 °
    46 %
    2.2kmh
    0 %
    Wed
    19 °
    Thu
    31 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ