Sunday, October 4, 2026
23.3 C
Odisha

    ୨ ବର୍ଷର ସର୍ବନିମ୍ନ ସ୍ତରରେ ଜିଡିପି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅର୍ଥନୀତି କ୍ଷେତ୍ରରୁ ସରକାରଙ୍କ ପାଇଁ ଏକ ନିରାଶଜନକ ଖବର ଆସିଛି । ଉତ୍ପାଦନ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫.୪ ପ୍ରତିଶତକୁ ଖସି ଆସିଛି, ଯାହା କି ପାଖାପାଖି ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଗତବର୍ଷ ସମାନ ତ୍ରୟମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୮.୧ ପ୍ରତିଶତ ଥିଲା।

    ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୪.୩ ପ୍ରତିଶତ ରହିଥିଲା। ସେତେବେଳେ କରୋନା ମହାମାରୀ ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେବେ ସେତେବେଳେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ରହିଥିଲା। ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଚୀନର ଜିଡିପି ଅଭିବୃଦ୍ଧି ହାର ୪.୬ ପ୍ରତିଶତ ରହିଥିଲା।

    ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ତଥ୍ୟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିଛି, ଯାହା ପୂର୍ବବର୍ଷ ସମାନ ଅବଧିରେ ୧.୭ ପ୍ରତିଶତ ଥିଲା। ଗତ ତ୍ରୟମାସରେ ମାନୁଫାକ୍ଚରିଂ ସେକ୍ଟରର ଅଭିବୃଦ୍ଧି ହାର ୨.୨ ପ୍ରତିଶତକୁ ଖସି ଆସିଥିବା ବେଳେ ବର୍ଷକ ପୂର୍ବରୁ ଏହା ୧୪.୩ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ