Thursday, October 1, 2026
28.6 C
Odisha

    ଅର୍ଜୁନଙ୍କ ସହ ବ୍ରେକ୍‌-ଅପ୍‌ ଚର୍ଚ୍ଚା ଭିତରେ ପୂର୍ବ ନଣନ୍ଦଙ୍କ ସହ ମଲାଇକା

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ୍‌ ତ‌ାରକା ଅଜୁର୍ନ କପୁର ଓ ମଲାଇକା ଅରୋରା ଦୀର୍ଘ ଦିନ ଧରି ସଂପର୍କରେ ରହିବା ପରେ ଏବେ ସେଥିରେ ପୂର୍ଣ୍ଣ‌ଛେଦ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଅଜୁର୍ନ ଓ ମଲାଇକାଙ୍କ ମଧ୍ୟରେ ବ୍ରେକ୍‌-ଅପ୍‌ ହୋଇଯାଇଛି।ତେବେ ଏହାରି ମଧ୍ୟରେ ଦେଖିବାକୁ ମିଳୁଛି ଯେ ମଲାଇକା ତାଙ୍କ ପୂର୍ବ ଶଶୁରଘର ଲୋକଙ୍କର ନିକଟତର ହୋଇଛନ୍ତି। ମଲାଇକା ତାଙ୍କ ପୂର୍ବ ନଣନ୍ଦ ବା ଅରବାଜ ଖାନ୍‌ଙ୍କ ଭଉଣୀ ଅର୍ପିତାଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।

    ସଲ୍‌ମାନଙ୍କ ଗେହ୍ଲୀ ଭଉଣୀ ଅର୍ପିତା ଖାନ୍‌ ଶର୍ମା ମୁମ୍ବାଇରେ ନିଜ ରେଷ୍ଟୁରାଣ୍ଟ୍‌ ଖୋଲିଛନ୍ତି। ଗୁରୁବାର ସଂଧ୍ୟାରେ ଏହି ରେଷ୍ଟୁରାଣ୍ଟ୍‌ର ଗ୍ରାଣ୍ଡ୍‌ ଲଞ୍ଚ୍‌ ପ‌ାର୍ଟି ଥିଲା। ସେଠାରେ ଅର୍ପିତା ତାଙ୍କ ସ୍ବାମୀ ଆୟୁଷଙ୍କ ସହ ନଜର ଆସିଥିଲେ।ଏହି କାର୍ଯ୍ୟକ୍ରମରେ ସଲ୍‌ମାନ ଖାନ୍‌ଙ୍କ ପରିବାର ସଦସ୍ୟମାନଙ୍କୁ ଦେଖିବାକୁ ମିଳିଥିଲା। ଅର୍ପିତାଙ୍କ ଏହି ନୂଆ ରେଷ୍ଟୁରାଣ୍ଟ୍‌ର ନାମ ‘ମର୍ସି’। ଯଦିଓ ଅର୍ପିତାଙ୍କ ରେଷ୍ଟୁରାଣ୍ଟ୍‌ ଲଞ୍ଚ୍‌ ଇଭେଣ୍ଟ୍‌ରେ ସଲ୍‌ମାନ ଖାନ୍‌ ଓ ଅରବାଜ ଖାନ୍‌ଙ୍କୁ ଦେଖିବାକୁ ମିଳିଲାନି। ମାତ୍ର ଅର୍ପିତାଙ୍କୁ ପୂର୍ବ ଭାଉଜମାନଙ୍କୁ ସେଠାରେ ଦେଖିବାକୁ ମିଳିଥିଲା।

    ସୋହଲ୍ଲୀ ଖାନ୍‌ଙ୍କ ପତ୍ନୀ ସୀମା ଓ ଅରବାଜଙ୍କ ପତ୍ନୀ ମଲାଇକାଙ୍କୁ ଅର୍ପିତାଙ୍କ ଇଭେଣ୍ଟ୍‌ରେ ଦେଖିବାକୁ ମିଳିଥିଲା। ସବୁଥର ପରି ମଲାଇକା ଏକ ସୁନ୍ଦର ଅନ୍ଦାଜରେ ନଜର ଆସିଥିଲେ। ମଲାଇକାଙ୍କ ବ୍ୟତୀତ ତାଙ୍କ ପୁଅ ଅରହାନଙ୍କୁ ବି ସେଠାରେ ଦେଖିବାକୁ ମିଳିଥିଲା। ମଲାଇକାଙ୍କ ପୂର୍ବରୁ ଅଜୁର୍ନ ଅର୍ପିତାଙ୍କ ସହ ସଂପର୍କରେ ଥିଲେ। ମାତ୍ର ତାହା ବେଶି ଦିନ ତିଷ୍ଠିଲା ନାହିଁ। ‌

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ