Friday, April 26, 2024
29.9 C
Odisha

    ରାଜ୍ୟରେ ସକ୍ରିୟ ଇଡି: ପୁଣି ଖୋଲିଲା ଅର୍ଥତତ୍ୱ ଚିଟଫଣ୍ଡ ମାମଲା

    ଆଗକୁ ପଢନ୍ତୁ

    ଗତ କିଛି ଦିନ ହେଲା ରାଜ୍ୟରେ ସକ୍ରିୟ ରହିଛି ଇଡି । ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ଏକାଧିକ ବ୍ୟକ୍ତିଙ୍କ ଠିକଣାରେ ଚଢ଼ାଉ କରୁଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଉ ଆଗକୁ ନିର୍ବାଚନ ଆସୁଥିବାବେଳେ, ଓଡିଶାରେ ଇଡି ସକ୍ରିୟ ହେବା, ଚର୍ଚ୍ଚାର ବିଷୟ ହୋଇଛି । ବେଶ କିଛି ଦିନର ନୀରବତା ପରେ ପୁଣି ଥରେ ଓଡିଶାରେ ସକ୍ରିୟ ହୋଇଛି ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କ ମାମଲାରେ ଗୁରୁବାର ଭୁବନେଶ୍ୱରର ଓ ବ୍ରହ୍ମପୁରରେ ଏକାଧିକ ବ୍ୟକ୍ତିଙ୍କ ଠିକଣାରେ ରେଡ୍ କରିଛି ଇଡି । ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ମୁଖ୍ୟ ବିକାଶ ସ୍ୱାଇଁଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ ପରେ ବ୍ରହ୍ମପୁରର ଜଣେ କଂଟ୍ରାକ୍ଟରଙ୍କ ଘରେ ଚଢ଼ାଉ କରି ଏକ ଦାମି କାର ଜବତ କରିଛି ଇଡି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।
    ଚିଟଫଣ୍ଡ ଲିଙ୍କକୁ ନେଇ ଆଉ ଜଣେ ଠିକାଦାରଙ୍କ ଘରୁ ୧୫ ଲକ୍ଷ ଟଙ୍କା ସମେତ ୭୦୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ଇଡି । ତେବେ ରାଜ୍ୟରେ ବିଜେଡି- ବିଜେପି ମେଂଟକୁ ଚର୍ଚ୍ଚା ଚାଲିଥିବାବେଳେ, ଆସନକୁ ନେଇ ଭାଗବଂଟା ହୋଇପାରୁନଥିବାବେଳେ ରାଜ୍ୟରେ ଇଡି ସକ୍ରିୟ ହେବାକୁ ନେଇ ଭିନ୍ନ ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।

    ଏହା ପୂର୍ବରୁ ବରପଦା ଇଂଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ମଧ୍ୟ ଚଢ଼ାଉ କରିଥିଲା ପ୍ରବର୍ତନ ନିର୍ଦେଶାଳୟ । ବିଧାୟକ ପ୍ରଫୁଲ ସାମଲ ଓ ପ୍ରୟାସକାନ୍ତି ସାମଲଙ୍କୁ ମଧ୍ୟ ପଚରାଉଚୁରା କରିଥିଲା ଇଡି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.9 ° C
    29.9 °
    29.9 °
    35 %
    0.3kmh
    5 %
    Fri
    42 °
    Sat
    42 °
    Sun
    43 °
    Mon
    44 °
    Tue
    45 °

    ସମ୍ବନ୍ଧିତ