Wednesday, March 19, 2025
24 C
Odisha

    ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା: କେରଳର ୱାଏନାଡରୁ ଲଢିବେ ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ପ୍ରଥମ ପ୍ରାର୍ଥୀ ତାଲିକାରେ ୩୯ ଜଣଙ୍କ ନାଁ ରହିଛି । ୮ଟି ରାଜ୍ୟର ୩୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ବାହାର କରିଛି କଂଗ୍ରେସ । କେରଳରୁ ୧୬, କର୍ଣ୍ଣାଟକ ୭, ଛତିଶଗଡ ୬, ତେଲେଙ୍ଗାନା ୪, ମେଘାଳୟ ୨, ନାଗାଲାଣ୍ଡ ୧, ତ୍ରିପୁରା ୧ ଓ ସିକ୍କିମ ୧, ଲାକ୍ଷାଦୀପ ପାଇଁ ବି ୧ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
    ତେବେ ସବୁଠାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । କେରଳର ୱାଏନାଡରୁ ଲଢିବେ ରାହୁଲ ଗାନ୍ଧୀ । କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରେ ରାହୁଲଙ୍କ ନାଁ ରହିଛି । ଗତଥର ୱାଏନାଡରୁ ଲଢି ବିଜୟୀ ହୋଇଥିଲେ ରାହୁଲ । ସେହିପରି ଥିରୁଅନନ୍ତପୁରମରୁ ଶଶିଥରୁର, ରାଜନନ୍ଦଗାଁଓରୁ ଭୂପେଶ ବଘେଲ ଓ ଆଲ୍ଲାପୁଝାରୁ କେସି ବେଣୁଗୋପାଳଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24 ° C
    24 °
    24 °
    37 %
    1.2kmh
    49 %
    Wed
    39 °
    Thu
    40 °
    Fri
    39 °
    Sat
    30 °
    Sun
    32 °

    ସମ୍ବନ୍ଧିତ