Sunday, May 10, 2026
32.7 C
Odisha

    ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା: କେରଳର ୱାଏନାଡରୁ ଲଢିବେ ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ପ୍ରଥମ ପ୍ରାର୍ଥୀ ତାଲିକାରେ ୩୯ ଜଣଙ୍କ ନାଁ ରହିଛି । ୮ଟି ରାଜ୍ୟର ୩୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ବାହାର କରିଛି କଂଗ୍ରେସ । କେରଳରୁ ୧୬, କର୍ଣ୍ଣାଟକ ୭, ଛତିଶଗଡ ୬, ତେଲେଙ୍ଗାନା ୪, ମେଘାଳୟ ୨, ନାଗାଲାଣ୍ଡ ୧, ତ୍ରିପୁରା ୧ ଓ ସିକ୍କିମ ୧, ଲାକ୍ଷାଦୀପ ପାଇଁ ବି ୧ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
    ତେବେ ସବୁଠାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । କେରଳର ୱାଏନାଡରୁ ଲଢିବେ ରାହୁଲ ଗାନ୍ଧୀ । କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରେ ରାହୁଲଙ୍କ ନାଁ ରହିଛି । ଗତଥର ୱାଏନାଡରୁ ଲଢି ବିଜୟୀ ହୋଇଥିଲେ ରାହୁଲ । ସେହିପରି ଥିରୁଅନନ୍ତପୁରମରୁ ଶଶିଥରୁର, ରାଜନନ୍ଦଗାଁଓରୁ ଭୂପେଶ ବଘେଲ ଓ ଆଲ୍ଲାପୁଝାରୁ କେସି ବେଣୁଗୋପାଳଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    32.7 ° C
    32.7 °
    32.7 °
    39 %
    2.7kmh
    24 %
    Sun
    36 °
    Mon
    38 °
    Tue
    36 °
    Wed
    40 °
    Thu
    41 °

    ସମ୍ବନ୍ଧିତ