Wednesday, March 12, 2025
27.8 C
Odisha

    ବାରମ୍ବାର ନୋଟିସ ପରେ ହାଜର ନହେବାରୁ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲା ଇଡି

    ଆଗକୁ ପଢନ୍ତୁ

    ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ । କେଜ୍ରିୱାଲଙ୍କ ବିରୋଧରେ ଏବେ ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ୫ଥର ସମନ୍ ପଠାଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଶୁକ୍ରବାର କେଜ୍ରିୱାଲ ଇଡିର ପଂଚମ ସମନକୁ ବେଖାତିର କରିଥିଲେ । ଏଥିପାଇଁ ଏବେ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି । କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଇଡି ତା’ର ଆବେଦନରେ ଉଲ୍ଲେଖ କରିଛି । ଆସନ୍ତା ୭ ତାରିଖରେ ଏହାର ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଆଇପିସିର ଧାରା ୧୭୪ ଓ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ଧାରା ୫୦କୁ ଆଧାର କରି କୋର୍ଟରେ ଆବେଦନ କରିଛି ଇଡି । ସେପଟେ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା କେଜ୍ରିୱାଲଙ୍କ ବାସଭବନରେ ପହଂଚିଥିଲା କ୍ରାଇମବ୍ରାଂଚ ଟିମ । କ୍ରେଜିୱାଲଙ୍କ ବିରୋଧରେ ବିଜେପି ଯେଉଁସବୁ ଅଭିଯୋଗ ଆଣିଥିଲା, ସେହି ଆଧାରରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.8 ° C
    27.8 °
    27.8 °
    16 %
    1.2kmh
    0 %
    Wed
    31 °
    Thu
    39 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ