Thursday, May 9, 2024
26.8 C
Odisha

    କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟର ଝଟକା, ଗିରଫଦାରୀ ରୋକିବା ପାଇଁ କରିଥିବା ଆବେଦନ ଖାରଜ

    ଆଗକୁ ପଢନ୍ତୁ

    ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଛି ବଡ ଝଟକା । ଆବଶ୍ୟକ ପଡିଲେ ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଗିରଫଦାରୀରୁ ମଧ୍ୟ ନିସ୍ତାର ମିଳିବ ନାହିଁ ବୋଲି ଗତ ଗୁରୁବାର କୋର୍ଟ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଇ.ଡିର ସମନ କାରି ପରେ ମଧ୍ୟ କେଜ୍ରିୱାଲ ପଚରାଉଚରା ପାଇଁ ପହଂଚିନଥିଲେ । କୌଣସି ପ୍ରକାରରେ ଗିରଫ ହେବେ ନାହିଁ ବୋଲି ନିଶ୍ଚିନ୍ତ କଲେ ଯାଇ ସେ ଇ.ଡି ଆଗରେ ହାଜର ହେବେ ବୋଲି କୋର୍ଟକୁ ଜଣାଇଥିଲେ । ହେଲେ କୋର୍ଟ କେଜ୍ରିୱାଲଙ୍କ ସମସ୍ତ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଇ.ଡିର ସମନ ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଇ.ଡିକୁ ପ୍ରମାଣ ମାଗିଥିଲା । ଇ.ଡିର ଜଣେ ଅଧୀକାରୀ ସମସ୍ତ ପ୍ରମାଣ ନେଇ ବିଚାରପତିଙ୍କ ପାଖରେ ପହଂଚିବା ସହ ଜଜ୍ ଏହାର ତଦାରଖ କରୁଛନନ୍ତି । ଏ ନେଇ ଆଜି କିଛି ରାୟ ଆସି ପାରେ ବୋଲି ଆଶା କରାଯାଉଛି । ପଚରା ଉଚରା ପାଇଁ ଇ.ଡିର ସମନ ପରେ କେଜ୍ରିୱାଲ ଏହି ଡାକରା କେବଳ ପଚରା ଉଚରାରେ ସୀମିତ ରହିବ ଓ କୌଣସି ମାମଲା ର୍ୁଜୁ କିମ୍ବା ଦଣ୍ଡ ବିଧାନ ହେବ ନାହିଁ ବୋଲି ଆଗୁଆ ଗ୍ୟାରେଣ୍ଟି ମାଗିଥିଲେ । କୋର୍ଟର ମୋକଦ୍ଦମା ବିଚାର ସମୟରେ ସମନ ମାମଲା ବିଚାର ଯୋଗ୍ୟ କି ନୁହେଁ ବୋଲି ପ୍ରଶ୍ନ ଉଠିବାରୁ, ଏହାର ଯୋଗ୍ୟତା ୨୨ ଏପ୍ରିଲ ଦିନ ଧାର୍ଯ୍ୟ ହେବ ବୋଲି ଇ.ଡି ଜଣାଇଛି । ଗୋଟିଏ ପରେ ଗୋଟିଏ ସମନ ପଠାଉଥିବା ଇ.ଡିକୁ ବିଚାର ସମୟରେ କୋର୍ଟ ପ୍ରଶ୍ନ କରିଥିଲା କି ସେ ଗିରଫ କାହିଁକି କଲାନାହିଁ ? ସମନ କରିବା ଅଧିକାର ଆମ ପାଖରେ ରହିଛି । କେଜ୍ରିୱାଲ ପଚରା ଉଚରାରେ ଆମକୁ ଯଥା ସମ୍ଭବ ସହଯୋଗ କରିବା କଥା । ଆମେ କେବଳ ଏତିକି ଚାହୁଁଛୁ ଓ ଗିରଫଦାରୀର କଥା ଉଠାଯାଇ ନାହିଁ ବୋଲି ଇ.ଡି ତରଫରୁ ଓକିଲ ଯୁକ୍ତି ବାଢିଥିଲେ । ଏପଟେ କେଜ୍ରିୱାଲଙ୍କ ଓକିଲ ଅନେକ ପୁରୁଣା ମାମଲାର ଉଦାହରଣ ଦେଇଛନ୍ତି, ଆଗରୁ ଯେଉଁଥିରେ ଦଣ୍ଡ ତଥା ଗିରଫଦାରୀରୁ ଅଭୟ ମିଳିବା ପରେ ଯାଇ ଲୋକ ହାଜିର ହୋଇଛନ୍ତି । ସୂଚନା ଅନୁଯାୟୀ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ନବମ ଥର ସମନ ଜାରି କରିବା ସହ ୨୧ ମାର୍ଚ ଦିନ ହାଜିର ହେବା ପାଇଁ ନିର୍ଦେଶ ଦେଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    67 %
    3.2kmh
    0 %
    Wed
    27 °
    Thu
    38 °
    Fri
    39 °
    Sat
    40 °
    Sun
    41 °

    ସମ୍ବନ୍ଧିତ