Wednesday, May 8, 2024
28.5 C
Odisha

    ଦୂର ସଂଚାର ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା ଓ ସୁଯୋଗ ରହିଛି: ସୂର୍ଯ୍ୟବଂଶୀ ସୂରଜ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୧/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଶାସନକୁ ଆସିବା ପରେ ଆଇଟି ତଥା ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଭାରତବର୍ଷରେ ଏକ ବୈପ୍ଳବିକ ପରିବର୍ତନ ଆସିଛି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ୨୦୧୪ ମସିହାରେ ୭୫୬୨ଟି ମୋବାଇଲ ଟାୱାର ଓଡ଼ିଶାରେ ଥିବାବେଳେ ଏବେ ପାଖାପାଖି ୪ଗୁଣ ଅଧିକ ଟାୱାର ଯଥା ୨୭ହଜାର ୫୧୩ ବସିଛି । ସେହିପରି ବ୍ରଡ୍ ବ୍ୟାଣ୍ଡ ସଂଯୋଗ ମାତ୍ର ୬ ଲକ୍ଷରୁ କମ୍ ଥିବାବେଳେ ଆଜି ୨କୋଟି ୩୬ଲକ୍ଷ ଲୋକଙ୍କ ପାଖରେ ବ୍ରଡ୍ ବ୍ୟାଣ୍ଡ ସଂଯୋଗ ପହଂଚିପାରିଛି । ଓଡ଼ିଶାର ୫୧ହଜାର ୧୭୬ଟି ଗାଁରୁ ୪୬ହଜାର ୮୦୧ଟି ଗାଁକୁ ଇଂଟରନେଟ୍ ସଂଯୋଗୀକରଣ କରାଯାଇଛି । ଗତ ୧୦ବର୍ଷ ଭିତରେ ଓଡିଶାର ୩ହଜାର ଆଦିବାସୀ ଗାଁରେ ଟାୱାର ସ୍ଥାପନା ହୋଇଛି ବାଲି ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯ, ଓଡିଶାର ଅନେକ ଆଦିବାସୀ ଅଂଚଳରେ ଗମନା ଗମନ, ମାଲପରିବହନ ବ୍ୟବସ୍ଥା ଆଜି ବି ସମ୍ଭବ ହୋଇପାରିନାହିଁ, କିନ୍ତୁ ସେ ଗାଁରେ ମଧ୍ୟ ଟାୱାର ଖୁଂଟି ବସିଛି । ୧ ଜିବି ଡାଟା ପାଇଁ ୨୫୦ ଟଙ୍କା ଦେବାକୁ ପଡୁଥିବାବେଳେ ଆଜି ବିଶ୍ୱରେ ସବୁଠୁ କମ୍ ମୂଲ୍ୟରେ ଡାଟା ଭାରତବର୍ଷରେ ଉପଲବ୍ଧ ହେଉଛି । ୟୁପିଏ ଶାସନ କାଳ ୨୦୧୨ରେ ୪-ଜି ଲଂଚ ହେଲା, କିନ୍ତୁ ଓଡ଼ିଶାକୁ ପହଂଚିବାକୁ ୩ବର୍ଷ ଲାଗିଥିଲା । ଅନ୍ୟ ପଟେ ମୋଦି ସରକାର ଶାସନରେ ୨୦୨୨ରେ ୫-ଜି ଲଂଚ ହେଲା ଏବଂ ଓଡ଼ିଶାକୁ ମାତ୍ର ୩ମାସ ମଧ୍ୟରେ ପହଂଚିଗଲା । ଏଥିରୁ ମୋଦି ସରକାରଙ୍କ ଓଡିଶା ପ୍ରତି ଥିବା ସକରାତ୍ମକ ଆଭିମୁଖ୍ୟ ସ୍ପଷ୍ଟ ହେଇଛି ।
    କଥାରେ ଅଛି “କ୍ରାନ୍ତି ବିନା ଶାନ୍ତି ନାହିଁ” । ମୋଦିଜୀ ଅଣିଥିବା ‘ଡିଜିଟାଲ କ୍ରାନ୍ତି’ ଜରିଆରେ ଦେଶବାସୀ ଏବଂ ବିଶେଷ ଭାବେ ଯୁବବର୍ଗଙ୍କ ମଧ୍ୟରେ ଶାନ୍ତି ଆଣିଦେଇଛି । ରାସ୍ତାକଡ ବ୍ୟାପାରୀ, ଫଳ ଓ ପନିପରିବା ବିକାଳିଙ୍କ ପାଇଁ ସ୍ୱନିଧି ଯୋଜନା ମାଧ୍ୟମରେ ଗ୍ୟାରେଂଟି ଯୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ଗରିବ ବେପାରୀଙ୍କ ଆର୍ଥୀକ ଅଭିବୃଦ୍ଧି ଘଟିଛି । ୟୁପିଆଇ ଆପ୍ ବ୍ୟବହାର ତଥା ପେମେଂଟ କାରଣରୁ ଡିଜିଟାଲ କ୍ରାନ୍ତି ସୃଷ୍ଟି ହୋଇଛି । ସେମାନେ ଜଣେ ଜଣେ ଡିଜିଟାଲ ବ୍ରାଣ୍ଡ ଆମ୍ବାସଡର ଭାବେ ପରିଗଣିତ ହେଉଛନ୍ତି । ନାରୀ ସଶକ୍ତିକରଣ ନେଇ ବିଭିନ୍ନ ବିଜ୍ଞାପନ ବାହାରୁଛି କିନ୍ତୁ ଆଇଟି ମାଧ୍ୟମରେ ନାରୀ ଶକ୍ତିକରଣ କରିବା ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣକୁ ପ୍ରମାଣିତ କରୁଛି । ସ୍ୱୟଂ ସହାୟକ ଗୋଷ୍ଠୀର ଯେଉଁ ମାଁ ଓ ଭଉଣୀମାନେ କେବଳ ପାମ୍ପଡ, ଫିନାଇଲ, ଆଚାର କାରବାରରେ ସୀମିତ ରହୁଥିଲେ, ସେମାନଙ୍କୁ ‘ନମୋ ଡ୍ରୋନ’ ଯୋଜନା ମାଧ୍ୟମରେ ଡ୍ରୋନ ପ୍ରଦାନ କରିଛନ୍ତି ମୋଦିଜୀ । ଏହା ଦ୍ୱାରା ଚାଷ କାର୍ଯ୍ୟରେ ମହିଳାମାନଙ୍କ ଭୂମିକା ଅନେକ ବୃଦ୍ଧି ପାଇଛି । ସେହିପରି ‘ଇ-ସଞ୍ଜୀବନୀ ଆପ୍‌’ ଜରିଆରେ ଏବେ ଗରୀବ ଲୋକମାନେ ବିଭିନ୍ନ ସୁଚିକିତ୍ସକଙ୍କ ପରାମର୍ଶ ନେଇ ଚିକିତ୍ସିତ ହେଉଛନ୍ତି । ପଲ୍ଲୀ ରହି ଦିଲ୍ଲୀ ଡାକ୍ତରଙ୍କ ସହ ଇ-ସଞ୍ଜୀବନୀ ଆପ୍‌ରେ ନିଜର ସମସ୍ୟା ସମ୍ପର୍କରେ ଅବଗତ ହୋଇପାରୁଛନ୍ତି । ଓଡ଼ିଶାର ପାଖାପାଖି ୭୦-୮୦ଲକ୍ଷ ଲୋକ ସିଧାସଳଖ ଏହାର ଲାଭ ଉଠାଇପାରିଛନ୍ତି । ଏପରିକି ନିର୍ବାଚନକୁ ଭୟ, ହିଂସା, ପ୍ରଭାବମୁକ୍ତ କରିବା ପାଇଁ ସାଧାରଣ ନାଗରିକ ସି-ଭିଜିଲ ଆପ୍ ଜରିଆରେ ନିଜ ପକ୍ଷ ଓ ଅଭିଯୋଗ ଉପସ୍ଥାପନ କରିପାରିବେ । ଏଭଳି ଅନେକ ପ୍ରକାରର ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହୋଇପାରୁଛି ବୋଲି ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ।
    ଆଜି ଦେଶ ତଥା ଓଡିଶାର ପ୍ରତ୍ୟେକ ପଂଚାୟତରେ ବ୍ୟାଙ୍କ ଖୋଲିଛି । ‘ଡିଜିଟାଲ କ୍ରାନ୍ତି’ କାରଣରୁ ହିତାଧିକାରୀଙ୍କ ବ୍ୟାଂକ ଆକାଉଂଟକୁ ଏମଏସପି, ବାର୍ଧକ୍ୟ ଭତା, ବିଧବା ଭତା ସମେତ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କା ସିଧାସଳଖ ଆସୁଛି ଏବଂ ବାଟମାରଣା ସଂପୂର୍ଣ୍ଣ ଶେଷ ହୋଇଛି । ଆଜି ୪.୪୩ କୋଟି ଓଡିଶାବାସୀଙ୍କୁ ଆଧାର ସହିତ ଯୋଡାଯାଇଛି । ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଓଡିଶାରେ ୨୦୪୨୨ଟି “ସାଧାରଣ ସେବା କେନ୍ଦ୍ର (ସିଏସସି)”ଖୋଲାଯାଇଛି ଏବଂ ତନ୍ମ ମଧ୍ୟରୁ କେବଳ ପଂଚାୟତସ୍ତରରେ ୧୭୯୭୧ଟି ରହିଛି । ସେହିପରି ଡିଜିଲକର, ଉମଙ୍ଗ, ଇ-ସାଇନ, ମୋବାଇଲ ସେବା, ଇ-ତାଲ୍‌, ନ୍ୟାସନାଲ ସ୍କୋଲାସିପ୍ ପୋର୍ଟାଲ (ଏନଏସପି) କାରଣରୁ ଦେଶ ତଥା ଓଡିଶାବାସୀ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସ୍ୱାକ୍ଷରତା ଅଭିଯାନ, ଡିଜିଟାଲ ଇଣ୍ଡିଆ ପାଇଁ ଦକ୍ଷତା ବିକାଶ ଯୋଜନା ଜରିଆରେ ଛାତ୍ରଛାତ୍ରୀ ତଥା ଯୁବବର୍ଗ ଲାଭାନ୍ୱିତ ହେଉଛନ୍ତି ବୋଲି ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ।
    ଆଜି ଓଡିଶାର ଭୁବନେଶ୍ୱର, ରାଉରକେଲା ଏବଂ ବ୍ରହ୍ମପୁରଠାରେ ୩ଟି ଏସଡିପିଆଇ ସ୍ଥାପିତ ହୋଇ କାର୍ଯ୍ୟକ୍ଷମ କରୁଥିବାବେଳେ ଯାଜପୁର, କୋରାପୁଟ, ଅନୁଗୁଳ, ସମ୍ବଲପୁର ଏବଂ ବାଲେଶ୍ୱରଠାରେ ଆହୁରି ୫ ଟି ଖୁବ ଶୀଘ୍ର ସ୍ଥାପିତ ହେବ । କଗ୍ନିଜେଂଟ, ଆସେଂଚର, ଆବିଏମ, ଡେଲଏଟ ଭଳି ବିଶ୍ୱର ପ୍ରତିଷ୍ଠିତ ଆଇଟି କଂପାନୀ ଆଜି ଓଡିଶାରେ ପହଂଚିଛନ୍ତି । ଇହସ ଆଜି ଦେଶର ଯୁବଦ୍ୟୋଗୀଙ୍କ ପାଇଁ ‘ଷ୍ଟାର୍ଟଅପ୍‌’ ଉତ୍ସାହ ଆଣିଦେଇଛି । ଉଚ୍ଚଶିକ୍ଷିତ ଆଇଟି ଛାତ୍ରଛାତ୍ରୀମାନେ ଚାକିରୀ ପାଇଁ ଏକଦା ବାହାରକୁ ଯାଉଥିବାବେଳେ ‘ଷ୍ଟାର୍ଟଅପ୍‌’ ଆତ୍ମନିଯୁକ୍ତି ସହିତ ଅନ୍ୟମାନଙ୍କୁ ନିଯୁକ୍ତି ଦେଉଛି । ଦେଶର ୬୦୦ ଜିଲ୍ଲାରେ ‘ଷ୍ଟାର୍ଟଅପ୍‌’ ପହଂଚିସାରିଛି । ଏହା ଦ୍ୱାରା ଓଡିଶାର ବାଲେଶ୍ୱର, ଅନୁଗୁଳ, ଯାଜପୁର, ସମ୍ବଲପୁର, ଜୟପୁର, ବାରିପଦା ଭଳି ଟାୟାର-୨ ସହରରେ ବାସ କରୁଥିବା ଯୁବଦ୍ୟୋଗୀମାନେ ଅନେକ ଉପକୃତ ହେବେ ବୋଲି ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ।
    ଅନ୍ୟ ପଟେ ଆଇଟି ତଥା ପ୍ରଯୁକ୍ତି ବିଜ୍ଞାନ ପାଇଁ ଅପାର ସମ୍ଭାବନା ଓ ସୁଯୋଗ ଥିବା ଓଡିଶାରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ଉପଯୁକ୍ତ ଭିତିଭୂମି ଓ ପରିବେଶର ଅଭାବ କାରଣରୁ ସାଧାରଣ ଓଡ଼ିଆ ଯୁବକଙ୍କ ସଂକଳ୍ପ ସିଦ୍ଧି ହୋଇପାରୁନାହିଁ ବୋଲି ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.5 ° C
    28.5 °
    28.5 °
    56 %
    2.5kmh
    0 %
    Wed
    31 °
    Thu
    38 °
    Fri
    39 °
    Sat
    40 °
    Sun
    41 °

    ସମ୍ବନ୍ଧିତ