Tuesday, September 17, 2024
24.1 C
Odisha

    ରାଜ୍ୟ ସରକାରଙ୍କ ପକ୍ଷରୁ ୯ଟି ଜିଲ୍ଲା ପାଇଁ ଆସିଲା ନିଯୁକ୍ତି ସୁଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ଖୁସି ଖବର। ନିକଟରେ ବରଗଡ଼, ମୟୁରଭଞ୍ଜ, କଟକ ଓ ରାୟଗଡ଼ା ଜିଲ୍ଲ ପାଇଁ ନିଯୁକ୍ତି ସୁଯୋଗ ଆସିଥିଲା । ପରବର୍ତ୍ତୀ ସମୟରେ ପୁରୀ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁର ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏହା ମଧ୍ୟରେ ପୁଣି ୪ଟି ଜିଲ୍ଲା ପାଇଁ ନିଯୁକ୍ତି ସୁଯୋଗ ଆସିଛି। ପ୍ରାର୍ଥୀଙ୍କୁ ବିଭିନ୍ନ ଜିଲ୍ଲା ଜଜ୍ କାର୍ଯ୍ୟାଳୟରେ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଜୁନିୟର ଟାଇପିଷ୍ଟ, ଷ୍ଟେନେଗ୍ରାଫର ଗ୍ରେଡ-୩, ସାଲାରାଏଡ୍ ଅମିନ ପଦରେ ନିଯୁକ୍ତି ଦିଆଯିବ । ରାଜ୍ୟର ୯ଟି ଜିଲ୍ଲାର ପ୍ରାର୍ଥୀମାନେ ସେମାନଙ୍କ ମନ ପସନ୍ଦର ପଦ ପାଇଁ ଆବେଦନ କରିପାରିବେ। ଏହା ମଧ୍ୟରେ ଜିଲ୍ଲା ଜଜ୍ କୋରାପୁଟ-ଜୟପୁର କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀଙ୍କୁ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-୩ ଆଦି ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଆବେଦନର ଅନ୍ତିମ ତାରିଖ ଜୁନ୍ ୨୦ ରହିଛି । ପ୍ରାର୍ଥୀମାନେ ସନ୍ଧ୍ୟା ୫ଟା ସୁଦ୍ଧା ସେମାନଙ୍କର ଆପ୍ଲିକେସନ ଫର୍ମକୁ ରେଜି୍େଟର୍ଡ ପୋଷ୍ଟ / ସ୍ପିଡ ପୋଷ୍ଟ / ଡ୍ରପ ବକ୍ସ ଜରିଆରେ ପଠାଇ ପାରିବେ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କଗୁଡ଼ିକୁ ଚେକ୍ କରି ଆଶାୟୀମାନେ ବିଭିନ୍ନ ଜିଲ୍ଲାର ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ