Wednesday, August 19, 2026
28 C
Odisha

    ମୁକୁଳା ଡ୍ରେନରେ ଭାସିଗଲା କୁନି ପୁଅ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷା ଜାରି ରହିଛି । ଏହି ବର୍ଷା ଯୋଗୁଁ ରାଜଧାନୀର ୟୁନିଟ୍-୩ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବର୍ଷା ପାଣିର ପ୍ରଖର ସ୍ରୋତରେ ଭାସିଯାଇଛି ଏକ ନାବାଳକ । ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପଡ଼ି ପିଲଟି ଭାସି ଯାଇଥିବା ସୂଚନା ମିଳିଛି । ୟୁନିଟ-୩ର ମସଜିଦ କଲୋନୀ ପାଖ ଡ୍ରେନରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ପାଣିରେ ଏକ ବେଲୁନ ଭାସୁଥିବାର ଦେଖି ଏହାକୁ ଧରିବା ପାଇଁ ଚେଷ୍ଟା କରୁଥିଲା ଏହି ନାବାଳକ । କିନ୍ତୁ ବେଲୁନ ଧରିବା ସମୟରେ ପାଦ ଖସିଯିବାରୁ ମୁକଳା ଡ୍ରେନରୋ ସେ ଖସି ପଡ଼ିଥିଲା । ଏହାପରେ ବର୍ଷାପାଣିର ପ୍ରଖର ସ୍ରୋତରେ ଭାସିଯାଇଛି ୮ ବର୍ଷର ନାବାଳକ । ପିଲାଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହାସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଗ୍ନିଶକ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    82 %
    3.8kmh
    60 %
    Wed
    28 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ