Tuesday, June 2, 2026
38.2 C
Odisha

    ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ‘ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍’ ମନା ; ନିୟମିତ ହେବ ଯାଞ୍ଚ

    ଆଗକୁ ପଢନ୍ତୁ

    ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ମନା । ଏହାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ । ଛାତ୍ରଛାତ୍ରୀ, ଅଧ୍ୟାପକଙ୍କୁ ନେଇ ସେମିନାର, କର୍ମଶାଳା ଏବଂ ସଚେତନତା ଯାତ୍ରା କରା‌ଯିବ । ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟାନ୍ୟ ଧାତୁରେ ତିଆରି ବୋତଲର ବ୍ୟବହାର କରାଯିବ । ପ୍ଲାଷ୍ଟିକ୍ ବ୍ୟାଗ୍ ମଧ୍ୟ ବାରଣ କରାଯିବ । ଏହାଛଡ଼ା ଛାତ୍ରଛାତ୍ରୀମାନେ ଯେପରି ନିଜ ଘରେ ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାର ନ କରିବେ ସେଥିଲାଗି ସଚେତନ କରାଯିବ । ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଉନ୍ନତ ଭାରତ ଅଭିଯାନରେ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋଟିଏ ଲେଖାଏଁ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ । ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.2 ° C
    38.2 °
    38.2 °
    31 %
    0.9kmh
    37 %
    Tue
    39 °
    Wed
    41 °
    Thu
    41 °
    Fri
    42 °
    Sat
    42 °

    ସମ୍ବନ୍ଧିତ