Thursday, September 17, 2026
24.1 C
Odisha

    ବାଂଲାଦେଶକୁ ଭାରତର ଉଦ୍‌ବେଗ ଜଣାଇଲେ ମିସ୍ରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଶେଖ୍ ହସିନା କ୍ଷମତାରୁ ହଟିବା ପରେ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ଅବସରରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ସୋମବାର ତାଙ୍କ ବାଂଲାଦେଶ ପ୍ରତିପକ୍ଷ ମହମ୍ମଦ ଜାଶିମ୍ ଉଦ୍ଦିନଙ୍କ ସହ ଆଲୋଚନା କରିଛନ୍ତି। ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ୁଥିବା ବେଳେ ଏହି ଉଚ୍ଚସ୍ତରୀୟ ଗସ୍ତ ହୋଇଛି। ଏଥିସହ ମିସ୍ରି ବାଂଲାଦେଶର ବୈଦେଶିକ ମନ୍ତ୍ରୀ ମହମ୍ମଦ ତୌହିଦ ହୁସେନଙ୍କୁ ମଧ୍ୟ ଭେଟି ଭାରତର ଉଦ୍‌ବେଗ ଜଣାଇଛନ୍ତି।

    ନିକଟରେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସେ ଢାକା ସହ ଆଲୋଚନା କରିଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ମଧ୍ୟ ସେ ସାକ୍ଷାତ କରିଛନ୍ତି। ଶେଖ୍ ହସିନାଙ୍କ ଅଧୀନରେ ବନ୍ଧୁତା ସୁଦୃଢ଼ ହେବା ସହିତ ଭାରତ ଓ ବାଂଲାଦେଶ ଦୀର୍ଘ ଦିନ ଧରି ସୁସ୍ଥ ଦ୍ୱିପାକ୍ଷିକ ସମ୍ପର୍କ ରଖିଥିଲେ। ତେବେ ଅଗଷ୍ଟ ମାସରେ ହସିନା ଦେଶ ଛାଡ଼ିବାକୁ ବାଧ୍ୟ ହେବା ପରେ ସମ୍ପର୍କରେ ତିକ୍ତତା ଆସିଥିଲା। ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ହିନ୍ଦୁ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କ ଗିରଫ ଘଟଣାକୁ ନେଇ ଗତ କିଛି ସପ୍ତାହ ହେବ ସମ୍ପର୍କ ଆହୁରି ଖରାପ ହୋଇଛି। ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ସହ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ନେଇ ନୂଆଦିଲ୍ଲୀ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.1 ° C
    24.1 °
    24.1 °
    87 %
    1.1kmh
    37 %
    Thu
    32 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ