Wednesday, May 27, 2026
28 C
Odisha

    ଆଉ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ ରାଜନୈତିକ ଦଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଏଣିକି ଆଉ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ ରାଜନୈତିକ ଦଳ। ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ। ଏହି କ୍ରମରେ ସୋମବାର ନିର୍ବାଚନ ଆୟୋଗ, ନିର୍ବାଚନ ପ୍ରଚାରରେ ଶିଶୁ ଏବଂ ନାବାଳକଙ୍କୁ ସାମିଲ ନକରିବାକୁ ପରାମର୍ଶ ଦେଇଛନ୍ତି।

    ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରସୋର୍‌ରେ ଆରମ୍ଭ କରିଦେଲେଣି ପ୍ରସ୍ତୁତି। ତେବେ ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳଙ୍କୁ ଏଭଳି କିଛି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଇସି। ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ସମ୍ବନ୍ଧୀୟ କୌଣସି ବି କାମରେ ଛୋଟ ପିଲା କିମ୍ବା ନାବାଳିକା ନାବାଳକଙ୍କୁ ବ୍ୟବହାର କରପାରିବେ ନାହିଁ। କେବଳ ସେତିକି ନୁହେଁ ପ୍ରଚାର ବେଳେ ପିଲାଙ୍କୁ ପ୍ରାର୍ଥୀମାନେ କୋଳରେ ଧରିବେ ନାହିଁ କି ଗାଡିରେ ବସାଇ ରାଲି କରିପାରିବେ ନାହିଁ। ସୋମବାର ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳମାନଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସାଧାରଣ ନିର୍ବାଚନରେ ପ୍ରଚାର ପତ୍ର ବାଣ୍ଟୁଥିବା, ପୋଷ୍ଟର ଲଗାଉଥିବା, ନାରା ଦେଉଥିବା କିମ୍ବା ଦଳୀୟ ପତକା ଧରି ଚାଲୁଥିବା ଛୋଟ ପିଲା କିମ୍ବା ନାବାଳକମାନେ ଯେପରି ଦେଖାଯିବେ ନାହିଁ ସେଥିପାଇଁ ଇସି କଡା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚାର ବେଳେ ପିଲାଙ୍କ ହାତରେ କୌଣସ ଦଳୀୟ ପତାକା ଦିଆଯିବ ନାହିଁ। ପୋଷ୍ଟର ଲଗାଇବା ତଥା ପାମ୍ପ୍ଲେଟ ବାଣ୍ଟିବା, ନିର୍ବାଚନ ରାଲି, ଗୀତ, କବିତା ପାଠ, ନାରା ଦେଉଥିବା, ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ଧରିଥିବା ତଥା ବୈଠକ ଆଦିରେ ପିଲାଙ୍କ ବ୍ୟବହାର ଉପରେ ଇସି ରୋକ ଲଗାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    45 %
    1.3kmh
    31 %
    Wed
    44 °
    Thu
    45 °
    Fri
    44 °
    Sat
    43 °
    Sun
    42 °

    ସମ୍ବନ୍ଧିତ