Saturday, July 27, 2024
24.6 C
Odisha

    ଦେଶକୁ ମିଳିଲା ଦୁଇ ନୂଆ ନିର୍ବାଚନ କମିସନର, ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ହେଲେ ନୂଆ ନିର୍ବାଚନ କମିସନର

    ଆଗକୁ ପଢନ୍ତୁ

    ଦେଶକୁ ମିଳିଲା ଦୁଇ ନୂଆ ନିର୍ବାଚନ କମିସନର । ଜ୍ଞାନେଶ କୁମାରଙ୍କ ସହିତ ସୁଖବୀର ସିଂହ ସାନ୍ଧୁ ହେଲେ ଦେଶର ଦୁଇ ନୂଆ ନିର୍ବାଚନ କମିସନର । ଚୟନ ସମିତି ଏହି ନିଯୁକ୍ତି ଉପରେ ନିଜର ମୋହର ଲଗାଇ ଦେଇଛି । ତେବେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କିନ୍ତୁ ଏହି ନିଯୁକ୍ତ ପ୍ରକ୍ରିୟା ଉପରେ ନିଜର ଅସହମତି ଦେଖାଇଛନ୍ତି ।ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିସନରଙ୍କ ଚୟନ ପାଇଁ ଗଠିତ ସମିତିର ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ସହିତ ଲୋକସଭାରେ ବିରୋଧୀ ଦଳ ନେତା ମଧ୍ୟ ଏହି ସମିତିର ସଦସ୍ୟ ଭାବେ ବୈଠକରେ ଉପସ୍ଥିତ ଥିଲେ । ଆଉ ନିର୍ବାଚନ କମିସନରଙ୍କ ନିଯୁକ୍ତିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।ସୂଚନାଯୋଗ୍ୟ ଯେ, ଜ୍ଞାନେଶ କୁମାର ହେଲେ କେରଳ କ୍ୟାଡରର ବରିଷ୍ଠ ଅଧିକାରୀ । ସେହିପରି ସୁଖବିନ୍ଦର ହେଉଛନ୍ତି ପଞ୍ଜାବ କ୍ୟାଡରର ଅଧିକାରୀ । ଅରୁଣ ଗୋୟଲ ନିର୍ବାଚନ କମିସନର ପଦରୁ ଇସ୍ତଫା ଦେବା ପରେ ୨ଟି ନିର୍ବାଚନ କମିସନର ପଦ ଖାଲି ପଡିଥିଲା । ଆଉ ଏହି ଦୁଇଟି ପଦ ପାଇଁ ଏବେ ଦୁଇଜଣ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ