Monday, May 20, 2024
25.1 C
Odisha

    ମେଣ୍ଟକୁ ନେଇ ବଡ ବୟାନ ଦେଲେ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର

    ଆଗକୁ ପଢନ୍ତୁ

    ବିଜେପି ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼ ଅଜୟ କୁମାର । ଉଭୟ ବିଜେଡି-ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି । ଯଦି ଘୋଷିତ ମେଣ୍ଟ ନ ହୁଏ ତେବେ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ ଲଢ଼ିବେ ଉଭୟ ଦଳ ।ଅଘୋଷିତ ମେଣ୍ଟ ହେଲେ ଉଭୟ ଦଳ ପରସ୍ପରକୁ ଭିତିରିଆ ସହଯୋଗ କରିବେ । ବିଭିନ୍ନ ଆସନରେ ପରସ୍ପର ବିରୋଧରେ ଦୁର୍ବଳ ପ୍ରାର୍ଥୀ ଦେବେ ଉଭୟ ଦଳ । ବିଜେପିକୁ ବିଜୟୀ କରାଇବାକୁ ପୁରୀରେ ଦୁର୍ବଳ ପ୍ରାର୍ଥୀ ଦେବେ ବିଜେଡି,ସେହିଭଳି ଭୁବନେଶ୍ୱରରେ ବିଜେଡିକୁ ଜିତେଇବାକୁ ଦୁର୍ବଳ ପ୍ରାର୍ଥୀ ଦେବ ବିଜେପି । ମେଣ୍ଟର ପ୍ରଥମ ପ୍ଲାନ କାମ ନକଲେ ଦ୍ୱିତୀୟ ପ୍ଲାନରେ ଲଢ଼ିବେ ଉଭୟ ଦଳ । ଯେହେତୁ ବିଜେପି ଏବଂ ବିଜେଡିର ତୃଣମୂଳ ସ୍ତରର କର୍ମୀ ମେଣ୍ଟକୁ ନେଇ ଶୀର୍ଷ ନେତୃତ୍ୱଙ୍କୁ ବିରୋଧ କଲେ ସେଥିପାଇଁ ମେଣ୍ଟରେ କିଛି ପରିବର୍ତନ ହୋଇଥାଇପାରେ ବୋଲି କହିଛନ୍ତି ଅଜୟ କୁମାର ।

    ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଓଡିଶାରେ ଏକାକୀ ନିର୍ବାଚନ ଲଢିବ ଓ ସରକାର ଗଢିବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ତୃତୀୟ ଥର ପାଇଁ ସରକାର ଗଠନ କରିବ ବିଜେପି । ଓଡିଶାରେ ଲୋକମାନେ ନିର୍ବାଚନ ନିଷ୍ପତି ନେବେ । ଓଡିଆ ଅସ୍ମିତାକୁ ନେଇ ନିର୍ବାଚନ ଜିତି ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବ ବୋଲି କହିଛନ୍ତି ମନମୋହନ ସାମଲ । ଆସନ୍ତାକାଲି ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନ କମିଟି ବୈଠକ ବସିବ । ସମସ୍ତ ଆସନ ପାଇଁ ଆଲୋଚନା ହେବ । ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇସାରିଛି । ସବୁ ଆସନ ପାଇଁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିବା ପରେ କେନ୍ଦ୍ରୀୟ କମିଟି ସଂସଦୀୟ ବୋର୍ଡକୁ ରିପୋର୍ଟ ଦିଆଯିବ ।

    ସେହିଭଳି ବିଜେଡି ପକ୍ଷରୁ ମେଣ୍ଟକୁ ନେଇ କୁହାଯାଇଛି ଯେ, ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ । ଦଳର ନେତୃବର୍ଗ ଠିକ୍ ସମୟରେ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    85 %
    1.8kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ